ଚୈତ୍ରମାସର ୪ର୍ଥ ପାଳିରେ ଭାସିଲା ହଣ୍ଡା ହଣ୍ଡା କାନିକା ଓ ରସଗୋଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଆଜି ଥିଲା ଚତୁର୍ଥ ମଙ୍ଗଳବାର।ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ସକାଳୁ ଫୁଲବାଣୀ ଅମଲାପଡ଼ା ସ୍ଥିତ ମାଁ ବ୍ରାହ୍ମଣୀ ଦେବୀ ପୀଠ ଚଳ ଚଞ୍ଚଳ ହୋଇ ଉଠିଥିଲା । ଏହି ମାସର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ କରି ପ୍ରତି ମଙ୍ଗଳବାର ଭକ୍ତଙ୍କ ଭିଡ କ୍ରମେ ବଢିବାରେ ଲାଗିଥିଲା l ଆଜି ଶେଷ ପାଳି ଥିବାରୁ ହଜାର ହଜାର ଭକ୍ତ ଲମ୍ବା ଲାଇନ ରେ ଅପେକ୍ଷା କରି ଭୋଗ କରିଥିଲେ l ଭକ୍ତଙ୍କ ପାଇଁ ପଣା ପାଣିର ବ୍ଯବସ୍ଥା ସହିତ ଖରା ଦାଉରୁ ରକ୍ଷା ପାଇବାକୁ ଉପରେ ଚାନ୍ଦୁଆ ଟଣାଯାଇଥିଲା l ସନ୍ଧ୍ୟା ଆଳତି ପରେ ମନ୍ଦିର ପରିଚାଳନା କମିଟି ଏବଂ ଆଳତି ବାହିନୀ ତରଫରୁ ସମସ୍ତ ଭକ୍ତଙ୍କ ନିମନ୍ତେ ଭୋଗ ତଥା ପଣାର ବ୍ୟବସ୍ଥା କରାଯାଇ ଥିବା ଦେଖିବାକୁ ମିଳିଥିଲା ।ଆଜି ହଣ୍ଡା ହଣ୍ଡା କାନିକା, କାକରା, ଲଡୁ ଓ ରସଗୋଲା ଭୋଗ କରି ସମସ୍ତ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା l ମନ୍ଦିର କମିଟି ଏବଂ ଆଳତି ବାହିନୀ ସମସ୍ତ ସଦସ୍ୟଙ୍କ ତତ୍ୱାବଧାନତାରେ ମନ୍ଦିର ଉନ୍ନତି କରଣ ଚାଲୁ ରହିଛି ଏବଂ ଉନ୍ନତି କାର୍ଯ୍ୟରେ ସହଯୋଗ ପାଇଁ ମନ୍ଦିର କମିଟି ଏବଂ ଆଳତି ବାହିନୀ ପକ୍ଷରୁ ଫୁଲବାଣୀ ବାସୀଙ୍କୁ ଅନୁରୋଧ କରାଯାଇଛି l

nis-ad
Leave A Reply

Your email address will not be published.