ବାଲି ମାଫିଆ ଙ୍କ କବ୍ଜା ରେ ରାଉରକେଲା ତହସିଲ : କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ…


ରାଉରକେଲା– ରାଉରକେଲା ତହସିଲ ଦୁର୍ନୀତି ରେ ଉବୁଟୁବୁ କହିଲେ କିଛି ଭୁଲ ହେବ ନାହିଁ ଏହାକୁ ନେଇ ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ କିନ୍ତୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟରେ ଥିବା ଅମଲା ତନ୍ତ୍ର ଚୁପ l ସୂଚନା ଥାଉକି ଏହି ତହସିଲ ଅଧିନରେ ଚାରି ଟି ବଡ଼ ବଡ଼ ବାଲୁକା ଶଯ୍ୟା ରହିଛି।ଯାହା
ଗତ ବର୍ଷ ନିଲାମ ଡ଼ାକ ହୋଇଥିଲା, ସେ ମଧ୍ଯ ରୁ ତର୍କର। 1 ଓ 2 ବାଲୁକା ଶଯ୍ୟା ସହରର ଜଣାଶୁଣ ମାଫିଆ ଙ୍କ ନାମରେ ନିଲାମୀ ହୋଇଥିଲା।OMMC ରୁଲ ଅନୁଯାୟୀ ନିଲାମୀ ଧାରୀଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ବାଲୁକା ଶଯ୍ୟା କୁ ମପା ଯାଇ ପିଲର ପୋତା ଯିବା କଥା କିନ୍ତୁ ଏଠାରେ ଧର୍ମ କୁ ଆଖି ଠାର ପରି ନିଜେ ତହସିଲଦାର ଏହତୁକ ଅନୁକମ୍ପା ଦେଖାଇବା ଦୁର୍ନୀତି ର ବାସ୍ନା ବାରି ହୋଇପଡୁଛି। ସୂଚନା ମୁତାବକ ନିଲମ ଧାରି ଜଣକ ନିଜ ବାଲୁକା ଶଯ୍ୟାର ଏରିଆ ଠାରୁ ବହୁତ ଦୂର ରେ ବାଲି ଉଠାଣ ଚଳାଇଛନ୍ତି। ଯାହାକି ସରକାରୀ ନିୟମ କୁ ଉଲହଘଂନ କରି ତହସିଲଦାର ଙ୍କୁ ମୋଟା ଅଙ୍କର ପାଉଣା ଦେଇ ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ବ ଆତ୍ମସାତ କରୁଥିବା କୁ ନେଇ ସହରର ବୁଦ୍ଧି ତଥା ସାଧାରଣ ରେ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଅର୍ଥ ବଳ ଓ ବାହୁ ବଳ କାରଣ ରୁ ମୁହଁ ଖୋଲୁ ନାହାନ୍ତି l ଅଭିଯୋଗ କଲେ ବୁଦ୍ଧିଜୀବୀ ଙ୍କୁ ମିଳୁଛି ଧମକ ଏପରିକି ପ୍ରାଣରେ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ l ସ୍ଥାନୀୟ ତହସିଲଦାର କିଛି ବାଲି ଘାଟ ମାଫିଆଙ୍କୁ ହାତ ବାରିସୀ କରି ଦିନ ଦିପହର ରେ କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି l ସେ ବାହୁସ୍ପଟ ମାରି କହିବା ଶୁଣିବାକୁ ମିଳୁଛି ଜିଲ୍ଲା ଠାରୁ ରାଜ୍ୟ ପ୍ରଯ୍ୟନ୍ତ ସମସ୍ତ ମନ୍ତ୍ରୀ ଓ ଅମଲା ତନ୍ତ୍ର କୁ ନିଜ ପକେଟ ରେ ଧରି ବୁଲୁଛନ୍ତି ଏବଂ ଏଥି ପାଇଁ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ସେ ଭୁଲନ୍ତି ନାହିଁ ଏଠାରେ ସୂଚନା ମୁତାବକ ନୂତନ ବ୍ରହ୍ମାଣୀ ସେତୁ ଠାରୁ ଅନତିଦୂରରେ, ସରକାର ଙ୍କ ନିୟମ ଅନୁସାରେ କୌଣସି ସେତୁ ଠାରୁ ୫00 ମିଟର ଅବଧି ମଧ୍ୟରେ ବାଲି ଉଠାଣ ଦଣ୍ଡନିୟ ଅପରାଧ।କିନ୍ତୁ ଏ ସବୁ ଦେଖି ଶୁଣି ତହସିଲଦାର ଆଖିରେ ପଟି ବାନ୍ଧି ରହିବା ଜନସାଧାରଣ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ନିୟମ କୁ ଫୁ କରି ମାଫିଆ ମାନେ ତହସିଲଦାର ଙ୍କ ନିର୍ଦେଶ ରେ ସେତୁ ନିକଟରୁ ଚୋର ବାଲି ଉଠାଣ କରୁଛନ୍ତି ଏଣୁ
ଏହାର ନିରପେକ୍ଷ ତଦନ୍ତ କରି ଜିଲ୍ଲାପାଳ ସୁନ୍ଦରଗଡ଼ ବାଲୁକା ଶଯ୍ୟା ନିଲାମୀ ଧାରୀ ଙ୍କ ଲିଜ ଡିଡ କୁ ବାତିଲ କରିବା ପାଇଁ ଜନସାଧାରଣ ଦାବି କରିବା ସହିତ ସମ୍ପୃକ୍ତ ତହସିଲଦାର ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ
ଦାବି ଜଣାଇଛନ୍ତି। ଏବଂ ସ୍ୱତନ୍ତ୍ର ଏଡିଟ ରାଉରକେଲା ତହସିଲ କୁ କରାଯାଉ ବୋଲି ଦାବି କରିଛନ୍ତି ଯାହାଫଳରେ ଅନେକ ଦୁର୍ନୀତି ର ସୁରାଗ ମିଳି ପାରିବ ଏବଂ ଏଠାରେ କାର୍ଯ୍ୟରତ ଛୋଟିଆ ପିଅନ ଵି କୁବେର ତେଣୁ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କଲେ ଅନେକ ଛୋଟ ଠୁ ବଡ ମାଛ ଜାଲରେ ପଡିବା ସମ୍ଭାବନା କୁ ଏଡାଇ ଦିଅନଯାଇ ପାରେ l ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧି ଜୀବି ଦାବୀ ଜଣାଇ ଛନ୍ତି

nis-ad
Leave A Reply

Your email address will not be published.