ଅଜଣା ଜନ୍ତୁ ଆକ୍ରମଣରେ ୮ ମେଣ୍ଢା ମୃତ, ୫ ଗୁରୁତର

ମହାକାଳପଡ଼ା: କିଏ ମାରୁଛି ମେଣ୍ଢା। ମହାକାଳପଡ଼ାରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ୮ ମେଣ୍ଢାକୁ ମାରିଲା ଜନ୍ତୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଯଦୁପୁର ପଞ୍ଚାୟତ କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ ।

ଗାଁର ମହନି ଦାସଙ୍କ ଗୁହାଳରେ ପଶି ବିଳମ୍ବିତ ରାତିରେ ୮ଟି ମେଣ୍ଢାଙ୍କୁ ମାରିଥିବାବେଳେ ୫ ଗୁରୁତର ଅଛନ୍ତି । ମେଣ୍ଢାଙ୍କ ବେକ ଆଉ ପେଟକୁ ଆକ୍ରମଣ କରିଛି ଅଜଣା ଜନ୍ତୁ। ଗତ ଶନିବାର ରାତିରେ ୩୫ଟି ମେଣ୍ଢାଙ୍କୁ ମାରିଥିଲା । ଖବରପାଇ ମହାକାଳପଡା ପଶୁ ଚିକିତ୍ସକ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.