ଚମକିଲେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ନିକୁ, ଜିତିଲେ ୨ ସ୍ବର୍ଣ୍ଣ, ହିଞ୍ଜିଳିକାଟୁ ରେ ଭଵ୍ୟ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ (୩।୪) : ହରିୟାଣାରେ ଚମକିଲେ ନିକୁ । ହରିୟାଣା ର କର୍ନାଲ ଷ୍ଟାଡିୟମ ଠାରେ ଜାତୀୟ ହରିୟାଣାର କର୍ନାଲ ଠାରେ ଆୟୋଜିତ ଜାତୀୟ ହ୍ବିଲ ଚେୟାର ଅଶି ଚାଳନା ରେ ପ୍ରତିଯୋଗିତା ଭାଗ ନେଇ ଦୁଇ ଗୋଟି ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ସେଥିରେ ଓଡ଼ିଶାରୁ ୧୩ ଖେଳାଳି ମଧ୍ୟରେ ହିଞ୍ଜିଳିକାଟୁ ବ୍ଳକ ନନ୍ଦିକ ଗ୍ରାମର ଦିବ୍ୟାଙ୍ଗ କ୍ରିଡାପ୍ରେମୀ ନିକୁ ପ୍ରଧାନ ଭାଗ ନେଇଥିଲେ। ହ୍ବିଲ ଚେୟାର ଅଶି ଚାଳନାରେ ନିକୁ ପ୍ରଧାନ ଚମତ୍କାର ପ୍ରଦର୍ଶନ କରି ଦୁଇଗୋଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କ ସହ ମିଶି ଗ୍ରାମକୁ ଫେରିଥୁଲେ।

ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ତରଫରୁ ଭଵ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ପରିସରରେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ନନ୍ଦିକ ସରପଞ୍ଚ ଙ୍କ ସମେତ ବ୍ଳକ ପ୍ରସାଶନ ପକ୍ଷରୁ ନିକୁଙ୍କୁ ଫୁଲତୋଡା ସହ ୱୋପଢୋକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେହିପରି ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ଓ ବିଜେଡି ନେତା ପ୍ରଦିପ କୁମାର ପଣ୍ଡା ଭଵ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ନିକୁ ପ୍ରଧାନ ହିଞ୍ଜିଳିକାଟୁ ପୌରପରିଷଦ ରେ ପୌରକର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି।

nis-ad
Leave A Reply

Your email address will not be published.