ୟୁରୋ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଓ ମ୍ୟାଗାଜିନ ‘ଇନ୍ସପେରିୟା’ ଉନ୍ମୋଚିତ…

ଛତ୍ରପୁର : ଆନ୍ତର୍ଜାତିକସ୍ତରରେ ସ୍ୱୀକୃତପ୍ରାପ୍ତ ‘ୟୁରୋ ସ୍କୁଲ’ ଛତ୍ରପୁରର ଚତୁର୍ଥ ବାର୍ଷିକ ଉତ୍ସବ ଓ ଆଭାସ କାର୍ଯ୍ୟକ୍ରମ ଅନୁଷ୍ଠାନ ର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ଯେ’ ଗୁରୁ ହିଁ ପିଲାଙ୍କୁ ଅନ୍ଧାରୁ ଉଜ୍ୱଳକୁ ନେବାର ଏକ ଜଳନ୍ତ ମାଧ୍ୟମ । ପିଲାଙ୍କ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ଐତିହାସିକ ଯୁଗରୁ ଗୁରୁକୁଳ ତଥା ପାଠଶାଳା ଆଦି ରହି ଆସିଛି, ବୋଲି ବିଧାୟକ ତାତ୍ତ୍ଵିକ ମତପ୍ରଦାନ କରିଥିଲେ ।


ଛାତ୍ରଛାତ୍ରୀଙ୍କ ଏଭଳି ଉତ୍ତମ ଭବିଷ୍ୟତ ଗଢିବା ଲାଗି ୨୦୧୮ ମସିହାରେ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଆନ୍ତର୍ଜାତୀୟସ୍ତରୀୟ ସହଅନୁବନ୍ଧିତ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଦ୍ୱାରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକ ହୋଇପାରିବ । ଏହା ସହ ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭାମଧ୍ୟ ଲୋକଲୋଚନାକୁ ଆସିପାରିବ । ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଏସ.ପି ଜଗମୋହନ ମୀନା ଯୋଗଦେଇ ଶିଶୁଙ୍କ ଶୈକ୍ଷିକ ବିକାଶରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଆନୁଷ୍ଠାନିକ ଭାବେ ପ୍ରକାଶିତ ମ୍ୟାଗାଜିନ (ପ୍ରଥମ ସଂଖ୍ୟା) ‘ଇନ୍ସପେରିୟା’ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଏହି ଭବ୍ୟସାମାରୋହରେ ଉନ୍ମୋଚିତ ହୋଇଛି । ଅନୁଷ୍ଠାନର ପ୍ରିନ୍ସପାଲ୍ ପ୍ରମୋଦ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍କୁଲର ସବ-ଜୁନିୟର ବର୍ଗରେ ଶ୍ରେଷ୍ଠ ଛାତ୍ର ନୀଲାଂଶୁ ପାଣିଗ୍ରାହୀ, ଜୁନିଅର ବର୍ଗରେ ଛାତ୍ର ସୌରୀଶ ଶାହା, ସିନିୟର ବର୍ଗରେ ଛାତ୍ରୀ ବସୁନ୍ଧରା ପାଣିଗ୍ରାହୀ ଏବଂ ଶ୍ରେଷ୍ଠ ହାଉସ ଆର୍ଯ୍ୟଭଟ (ୟେଲୋ)କୁ ପୁରସ୍କୃତ କରାଯାଇଛି l ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ଭାସ୍କର ମହାପାତ୍ର,ଅନୁଷ୍ଠାନର ମୁଖ୍ୟ ପୁଷ୍ଠପୋଷକ ସସ୍ମିତା ମହାପାତ୍ର, ପରିଚାଳନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥାଇ ନିଜ ନିଜ ବକ୍ତବ୍ୟରେ ଶିକ୍ଷା ସହିତ ସଙ୍ଗୀତ, ନୃତ୍ୟ, ଚିତ୍ର, ମାନସିକ ବୃଦ୍ଧିର ଖେଳ ଏବଂ ଅନ୍ୟାନ୍ୟ ବର୍ଗର ଖେଳକୁଦର ଶିଶୁମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିବା କୃତୀ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ପ୍ରଦର୍ଷିତ କରାଯାଇଥିଲା l ସ୍କୁଲର ନୃତ୍ୟ ଶିକ୍ଷକ ପୂର୍ଣ୍ଣଞ୍ଜୟ ଜେନାଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡିଶୀ ନୃତ୍ୟ ସହ ବିଭିନ୍ନ ବର୍ଗର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସେଲଫି-ପଏଣ୍ଟ ର ମଜାଉଠାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ l ଛତ୍ରପୁର ସହରରେ ପ୍ରଥମ ଥର ପାଇଁ ଏଭଳି ବ୍ୟାପକ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜନ ହୋଇଥିବାରୁ ଛତ୍ରପୁରବାସୀ ତଥା ଅଭିଭାବକଗଣ ଖୁସିରେ ମସଗୁଲ ହୋଇଛନ୍ତି ।

nis-ad
Leave A Reply

Your email address will not be published.