କୋଇଡା ବିଡିଓଙ୍କୁ ମାଡ ମାରି ବନ୍ଧା ହେଲେ ବାପା, ଭାଇ ଫେରାର…

ବଣାଇ: କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ମାଡ। ବିଡିଓଙ୍କ ସମେତ ସହକାରୀ ଯନ୍ତ୍ରୀଙ୍କୁ ନିର୍ଧୁମ ମାଡ ମାରିଲେ ବିଡିଓଙ୍କ ବାପା ଓ ଭାଇ। ଏନେଇ କୋଇଡା ଥାନାରେ ଦେଇଛନ୍ତି ପଲ୍ଲବୀ ରାଣୀ ରାଜ। ବିଡିଓଙ୍କ ପ୍ରାଥମିକ ଚିକିତ୍ସା ପାଇଁ ରାଉରକେଲାକୁ ପଠା ଯାଇଥିଲା ପରେ ସେଠାରୁ କଟକ ବଡ ମେଡିକାଲ୍ କୁ ସ୍ଥାନାନ୍ତରି କରାଯାଇଛି । ସେପଟେ ମାଡ଼ ମାରିଥିବା ବାପା ରମେଶ ରାଜ ଗିରଫ ହୋଇଥିବା ବେଳେ ଭାଇ ଫେରାର ରହିଛି ।

ସୂଚନା ଅନୁଯାୟୀ ଗତକାଲି ରାତି ୧୦ରେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବାସ ଗୃହରେ ତାଙ୍କ ବାପା ଓ ଭାଇ ଅଚାନକ ଆସି ବଡ ବାଡି ସାହାଯ୍ୟରେ ନିର୍ମମ ମାଡ଼ ମାରିଥିଲେ ଏବଂ ବଞ୍ଚାଇବା ପାଇଁ ବ୍ଲକ୍ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀ ଆସିଲା ବେଳକୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ଏ ନେଇ କୋଇଡା ବିଡ଼ିଓ ଥାନାରେ ଏତଲା ପରେ ମାମଲା ରୁଜୁ କରି ୩୪/୨୦୨୩ ଅନୁଯାୟୀ ବାପାଙ୍କୁ ଗିରଫ କରିଛନ୍ତି ପୋଲିସ୍।

ଅନ୍ୟପଟେ ଭାଇ ସଂଗ୍ରାମ ଫେରାର୍ ରହିଛନ୍ତି । ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ କୋଇଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.