ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଘୋଷଣା, ମେ ୧୦ରେ ମତଦାନ, ୧୩ରେ ଫଳାଫଳ…

ଝାରସୁଗୁଡ଼ା:  କର୍ଣ୍ଣାଟକ ସହ ଆଜି ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖ । ମେ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ ।

ସେପଟେ ତାରିଖ ଘୋଷଣା ଉପରେ ରହିଥିଲା  ସମସ୍ତଙ୍କର ନଜର ରହିଥିଲା । କାରଣ ନବ ଦାସଙ୍କ ହତ୍ୟା ପରେ ଖାଲି ପଡିଥିଲା ସିଟ। ମୃତ୍ୟୁକୁ ଦୁଇ ମାସ ପୂରିଥିବା ବେଳେ ଏଯାଏ ଉପନିର୍ବାଚନ ତାରିଖ ଘୋଷଣା ହୋଇନଥିଲା । ଦିନ ଗଡ଼ିବା ସହ ମଉଳିବାରେ ଲାଗିଥିଲା ଉପନିର୍ବାଚନ ଆଶା । ହେଲା ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ସହ ଝାରସୁଗୁଡ଼ା ପାଇଁ ତାରିଖ ଘୋଷଣା ହୋଇଛି ।

nis-ad
Leave A Reply

Your email address will not be published.