ଏନ ୱାଇ କେ ପକ୍ଷରୁ ଇନ୍ଦୋର ଫେରନ୍ତା ଆଦିବାସୀ ଯୁବକ ଯୁବତୀ ଙ୍କୁ ସମ୍ବର୍ଦ୍ଧନା…


ଫୁଲବାଣୀ – କନ୍ଧମାଳ ଜିଲ୍ଲାର ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋରରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାର ଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀଙ୍କୁ ସମ୍ବର୍ଧିତ କରାଯାଇଥିଲା l
ଏହି ଅବସର ରେ ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ନେହରୁ ଯୁବ କେନ୍ଦ୍ରର ବରିଷ୍ଠ ସ୍ବେଛାସେବୀ ସତ୍ୟ ବାନ ଦଳ ବେହେରାଙ୍କ ସଭାପତିତ୍ୱରେ ଅନୂଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ପ୍ରେସ କ୍ଲବ ସଭାପତି ତଥା ରୋଟାରୀଆନ ସୁନୀଲ ପଟନାୟକ ଯୋଗଦେଇ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ତୁମୁଡିବନ୍ଧ ଅଂଚଳରୁ ସୁଦୂର ମଧ୍ୟ ପ୍ରଦେଶର ଇନ୍ଦୋର ଯାଇ ସେଠାରେ ନିଜର ପ୍ରତିଭା ପ୍ରଦର୍ଶନ କରି ଲୋକ ନୃତ୍ୟ ରେ ପ୍ରଥମ ଓ ବକ୍ତୃତା ପ୍ରତଯୋଗିତରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅଣିଥିବାରୁ ସାଧୁବାଦ ଜଣାଇବା ସହ ୭ ଦିନ ଧରି ଇନ୍ଦୋର ଗସ୍ତ ଓ ସେଠାରେ ଅନ୍ୟ ରାଜ୍ୟରୁ ଆସିଥିବା ଯୁବକ ଯୁବତୀ ମାନଙ୍କସହ ହୋଇଥିବା କଳା, ସଂସ୍କୃତି, ସାହିତ୍ୟ, ଓ ଭାବର ଆଦାନ ପ୍ରଦାନ ର ଅନୁଭୂତି ଭବିଷ୍ୟତରେ ଆଗକୁ ବଢିବାକୁ ପ୍ରେରଣା ଦେବବୋଲି କହିଥିଲେ l ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ନାରାୟଣ ସାହୁ, କଣ୍ଠ ଶିଳ୍ପୀ, ସିନେ କଳାକାର, ସମାଜ ସେବୀ ଜଳନ୍ଧର କହଁର, ପୂର୍ବତନ ବ୍ଲକ ଅଧକ୍ଷ ତଥା ବରିଷ୍ଠ ଆଦୀବାସିନେତା ସମାଜସେବୀ, ନାଟ୍ୟ ପ୍ରେମୀ, କ୍ରୀଡ଼ାବିତ ବୀରେନ୍ଦ୍ର କହଁର, ସି ଆର ପିଏଫ ଅଧିକାରୀ ସିମରନ ପାଠକ,ମହିଳା କର୍ମଚାରୀ ଲିଲି ଭୋଇ ,ଶିବ ନାୟକ ପ୍ରମୁଖ ଯୋଗ ଦେଇ ଆଜୀର ଯୁବ ସମାଜ ଆସନ୍ତା କାଲି ର ଭବିଷ୍ୟତ lଯୁବସମାଜ ପଥ ଭ୍ରଷ୍ଟନ ହୋଇ ସୁପଥରେ କାର୍ଯ୍ୟ କଲେ ଏକ ସୁସ୍ଥ ଓ ସ୍ଵଛ ସମାଜ ଗଠନ ହୋଇ ପାରିବ ବୋଲି କହିବାସହ କୃତିତ୍ୱ ଲାଭ କରିଥିବାରୁ ଅଭିନନନ୍ଦନ ଜଣାଇଥିଲେ l ବକ୍ତୃତା ପ୍ରତିଯୋଗିତାରେ ଗଙ୍ଗାଧର ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ l

nis-ad
Leave A Reply

Your email address will not be published.