ପୂଜ୍ୟ ପୂଜା ସମିତି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮0 ତମ ଫାଶୀ ଦିବସ ପାଳନ..

ସମ୍ରାଜ୍ୟବାଦୀ ଶକ୍ତି ବିରୁଦ୍ଧରେ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅବିସ୍ମରଣୀୟ…
ବ୍ରହ୍ମପୁର, ତା.29.3.2023ରିଖ ସମସ୍ତ ପ୍ରକାର ଅନ୍ୟାୟ ଶୋଷଣ ବ୍ୟବସ୍ଥାର ବିଲୋପ ସହ ଦୁର୍ଦ୍ଦଶ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ କରି ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିବା ଅବିସ୍ମରଣୀୟ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ସହୀଦ୍ ଦିବସରେ ଆଜି ବ୍ରହ୍ମପୁର ଟାଟାବେଞ୍ଜ ଛକ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି l ପରାଧୀନ ଭାରତରେ ଗରିବ କୃଷକ, କ୍ଷେତମଜଦୂର, ଆଦିବାସୀ ଓ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ଓ ଶୋଷଣର କୌଣସି ସୀମା ନଥିଲା l ତଥାପି ସମସ୍ତ କଷ୍ଟ, ବାଧାବିଘ୍ନ କୁ ଖାତିର ନକରି ଲକ୍ଷ୍ମଣ ନାୟକ ଗାନ୍ଧିଜୀଙ୍କ କର ବା ମର ଡାକରାରେ ଓ ତାଙ୍କ ସତ୍ୟ, ଅହିଂସା ମୂଳକ ଆଦର୍ଶରେ ଅନୁପ୍ରାଣିତ ହୋଇ ନାଉପୁରି ଟ୍ରେନିଂ ସେଣ୍ଟରରେ ପାଠ ପଢା ଶିଖିଲେ ଓ ଶିକ୍ଷାନୁଷ୍ଠାନ ଖୋଲି ଆଦିବାସୀମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର କଲେ l ସ୍ବେଛା ଶ୍ରମ ଲଗାଇ ରାସ୍ତା ନିର୍ମାଣ କଲେ l ସ୍କୁଲ ଗଢିଲେ l ମଦ ବିରୋଧରେ ଆନ୍ଦୋଳନ ଗଢି ତୋଳିଲେ l ଆଦିବାସୀ ମାନଙ୍କ ମଧ୍ୟରେ ସଂସ୍କାର ଆଣିବାରୁ ତାଙ୍କୁ କୋରାପୁଟର ଗାନ୍ଧୀ ବୋଲି ଲୋକମାନେ ସମ୍ବୋଧନ କରୁଥିଲେ l ଜଣେ ସଚ୍ଚା କର୍ମୀ ଭାବେ ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଲେ l ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସାହସ୍ରାଧିକ ମହିଳା ପୁରୁଷ ଯୁବକଯୁବତୀ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ l ଏଥିରେ ବ୍ରିଟିଶ ସରକାର ଭୟଭୀତ ହୋଇ ଷଡଯନ୍ତ୍ର କରି ଲକ୍ଷ୍ମଣ ନାୟକଙ୍କୁ ମିଥ୍ୟା ହତ୍ୟା ମକଦ୍ଦମା ରେ ଜଡିତ କରି ଗିରିଫ କଲା ଓ କୋରାପୁଟ ଅlଡିସନାଲ ସେସନ୍ସ ଜର୍ଜ ବିଚାରର ଡ୍ରାମା କରି ଲକ୍ଷ୍ମଣ ନାୟକଙ୍କୁ ଫାଶୀଦଣ୍ଡ ଆଦେଶ ଦେଲା l 1943ମସିହା ମାର୍ଚ୍ଚ 29 ତାରିଖ ଦିନ ଫାଶୀ ଖୁଣ୍ଟରେ ଝୁଲାଇ ଲକ୍ଷ୍ମଣ ନାୟକଙ୍କୁ ହତ୍ୟା କଲା,କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ମଧ୍ୟ ଭାରତବର୍ଷରେ ଜାତି ବ୍ୟବସ୍ଥା ଏକ ଉତ୍କଟ ଅମାନବୀୟ ସମସ୍ୟା ଭାବେ ତିଷ୍ଠି ରହିଛି,ମଦର ପ୍ରଚାର ପ୍ରସାର କରାଯାଇ ଲୋକଙ୍କୁ ଆର୍ଥିକଲୁଟ କରିବା ସହ ସେମାନଙ୍କ ଜୀବନ ଜୀବିକାକୁ ହତ୍ୟା କରାଯାଉଛି ଓ ସମାଜରେ ଶାନ୍ତି ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରାଯାଉଛି l ଟଙ୍କା ସର୍ବସ୍ବ ପୁଞ୍ଜିବାଦୀ ବ୍ୟବସ୍ଥା ନିଜର ସମ୍ରାଜ୍ୟବାଦୀ ଚରିତ୍ର ଦେଖାଇସାରିଛି l ଦରଦାମ ବୃଦ୍ଧି, ବେରୋଜଗାର, ରାଷ୍ଟ୍ରୀୟ ସମ୍ପତ୍ତିକୁ ବିକ୍ରି ଆଦି ଜନ ବିରୋଧୀ ବ୍ୟବସ୍ଥା ବିରୁଦ୍ଧରେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମର ନିହାତି ପ୍ରୟୋଜନ ରହିଛି ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ଆଜିର ଏହି ସ୍ମୃତି ସଭାରେ ସମିତି ସଭାପତି ବଂଶୀଧର ଭୂୟାଁ ଅଧ୍ୟକ୍ଷତା କରିଥିବା ବେଳେ ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା ପରିଚାଳନା କରିଥିଲେ l ସମିତି ସମ୍ପାଦକ ଏସ. ସlମ୍ବଶିବା ରାଓ,ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ର ସୁଧୀର ରାଉତ, ବରିଷ୍ଠ ସାମ୍ବାଦିକ ରବି ରଥ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା,କର୍ପୋରେଟର ସଂଜିତ ପାଣିଗ୍ରାହୀ,ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, କେଦାର ନାଥ ଚୌଧୁରୀ, ମାଗୁଣି ନାହାକ,ସୁରେନ୍ଦ୍ର ନାଥ ପଣ୍ଡା,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ,ସମାଜସେବୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ,ଗୌରୀ ଶଙ୍କର ମହାନ୍ତି ପ୍ରମୁଖ ସ୍ମୃତିସଭାରେ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.