ଦେବୀ ନଦୀରେ ଗାଧୋଇବା ବେଳେ ବୁଡି ଗଲେ ୩ ଛାତ୍ର, ଜଣେ ଉଦ୍ଧାର…

ଜଗତସିଂପୁର : ଜଗତସିଂହପୁର ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀରେ ଅଘଟଣ । ୪ ସାଙ୍ଗ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ । ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା ବେଳେ ଏବେ ବି ୨ ଜଣ ନିଖୋଜ ଅଛନ୍ତି।

୪ ଛାତ୍ର ଭୁବନେଶ୍ୱର ସତ୍ୟନଗର ସ୍ଥିତ ଏକ କଲେଜରେ ପାଠ ପଢୁଥିବା ସୂଚନା ରହିଛି। ୨ ଜଣ ସତ୍ୟନଗରର ଓ ଅନ୍ୟ ୨ ଜଣ ସ୍ଥାନୀୟ ଆମ୍ବଶାଳ ଗାଁର ସୂଚନା ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରଖିଛି। ତେବେ ନଦୀରେ ପ୍ରଖର ସ୍ରୋତ କାରଣରୁ ତିନିଜଣ ଯୁବକ ଭାସିଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.