୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ବିଜେଡି…

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଂଗଠନିକ ସ୍ଥିତି ସୁଦୃଢ଼ କରୁଛି ବିଜେଡି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଦଳ । ଏମାନଙ୍କ ଭିତରେ ଅଛନ୍ତି ୨୦ ଜଣ ମନ୍ତ୍ରୀ ଓ ବିଧାୟକ । ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ ପ୍ରଣବ ପ୍ରକାଶ ଦାସ । ସେହିପରି ଅତନୁ ସବ୍ୟସାଚୀ ନାୟକ ଓ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଇଟି ଲେଖାଏ ଜିଲ୍ଲା ପର୍ଯ୍ୟବେକ୍ଷପ ଭାବରେ ନିଯୁକ୍ତି ମିଳିଛି ।

ଅତନୁ ଗଜପତି ଓ ରାୟଗଡ଼ା ଏବଂ ଦିବ୍ୟଶଙ୍କର ମିଶ୍ର କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ୱରେ ରହିବେ । ପ୍ରତାପ ଦେବଙ୍କୁ ବାଲେଶ୍ୱର, ସୁଧୀର ସାମଲଙ୍କୁ ବରଗଡ଼, ପ୍ରତାପ ଜେନା ଭଦ୍ରକ, ସୁଶାନ୍ତ ସିଂ ବଲାଙ୍ଗିର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ । ସେହିପରି ପ୍ରଫୁଲ୍ଲ ମଲ୍ଲିକ କଟକ, ଅରୁଣ ସାହୁ ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରମିଳା ମଲ୍ଲିକ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦେଇଛି ବିଜେଡି ।

ପୁରୀ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମ ପ୍ରଦୀପ ଅମାତ, ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭବାରେ ପ୍ରୀତିରଞ୍ଜନ ଘ଼ଡାଇଙ୍କୁ ଦାୟିତ୍ୱ ମିଳିଛି । ଅଶୋକ ପଣ୍ଡାଙ୍କୁ ଯାଜପୁର, ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା, ପ୍ରଣବ ବଳବନ୍ତରାୟ କଳାହାଣ୍ଡି, ସାଦର ନାୟକ ଝାରସୁଗୁଡ଼ା, ପ୍ରଶାନ୍ତ ମୁଦୁଲି ମୟୂରଭଞ୍ଜ, ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ମିଳିଛି । ତାଲିକାରୁ ମନ୍ତ୍ରୀ ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୂଜାରୀ ଓ ନଳିନୀ ପ୍ରଧାନ ବାଦ ପଡିଛନ୍ତି ।

nis-ad
Leave A Reply

Your email address will not be published.