ବଢୁଛି କୋଭିଡ କେସ୍‌: ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର : ବିଭିନ୍ନ ରାଜ୍ୟରେ କୋଭିଡ କେସ୍‌ ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି । କୋଭିଡ ସର୍ଭେଲାନ୍ସ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କୋଭିଡ୍‌ ଟେଷ୍ଟିକୁ କଡ଼ାକଡ଼ି କରାଯିବ । ଦୈନିକ ଡାଟା େଓ୍ଵବସାଇଟରେ ଅପଲୋଡେ କରାଯିବ ।

ରାଜ୍ୟରେ ଦୈନିକ କୋଭିଡ୍‌ ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ କ୍ଲଷ୍ଟର କଣ୍ଟେନମେଣ୍ଟ ସତର୍କତା ନେବାକୁ କୁହାଯାଇଛି । ସବୁ ସିଡିଏମଓ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଓ RGHର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

nis-ad
Leave A Reply

Your email address will not be published.