ଆଇଟିଡିଏ ପକ୍ଷରୁ ୧୦୦୦ ଗୋଟି ଅଣ୍ଡାଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟିତ

ଫୁଲବାଣୀ : ଜାମଝରି ପଂଚାୟତ ଅନ୍ତର୍ଗତ କିଲୁପଙ୍ଗା ଗ୍ରାମରେ ଆଟିଡିଏ ତରଫରୁ ଆନନ୍ଦେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶନ ଜୀବିକା ଯୋଜନାରେ ୧୦୦୦ ଗୋଟି ଅଣ୍ଡାଦିଆ କୁକୁଡ଼ା ଓ ଆନୁସଙ୍ଗିକ ଜିନିଷ ଯୋଗାଇ ଦିଆଯାଉଛି l ଏହି କୁକୁଡ଼ା ପାଳନ କେନ୍ଦ୍ରକୁ ମାନ୍ୟବର ବିଧାୟକ ଅଙ୍ଗଦ କହଁର ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲ୍ଲାର ଅଣ୍ଡାର ଆବଶ୍ୟକତା ପୂରଣ ସହିତ ମହିଳା ଆର୍ଥିକ ଅଭିବୃଦ୍ଧି କରିବାପାଇଁ ଏହି ପଦକ୍ଷେପ ନେଇଛନ୍ତି l ଆ ଟିଡିଏର ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ସବର ଅଣ୍ଡାଦିଆ କୁକୁଡା କେନ୍ଦ୍ର ପ୍ରତିଷ୍ଠା ସହିତ ଜନଜାତି ମହିଳା ମାନଙ୍କର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି l ଏହି କାର୍ଯ୍ୟକ୍ରମରେ ଜାମଝରି ସରପଞ୍ଚ ଶ୍ରୀମତୀ ଲଳିତା କହଁର, ସମିତି ସଭ୍ୟ ପାରେଶ୍ୱର କହଁର l ଫୁଲବାଣୀ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଚନ୍ଦ୍ରମା ମଲ୍ଲିକ,କଟ୍ରିଙ୍ଗିଆ ସରପଞ୍ଚ ଶ୍ରୀମତୀ ପ୍ରତିଭା କଂହର ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସଂଜୀବ କୁମାର ପଟେଲ, ଡ଼ା ଅଳକା ପଟ୍ଟନାୟକ, ମିଶନ ଶକ୍ତି ସଂଯୋଜକ ସୁନୀଲ ମଲ୍ଲିକ,କୁକୁଡ଼ା ପାଳନ ସମ୍ପର୍କରେ ବୁଝାଇ ଥିଲେ ଆଇଟିଡିଏ ର ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ. ପ୍ରକଳ୍ପ ପରିଚାଳକ ପି. ମୁରଲୀ ମୋହନ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ବିଶ୍ୱରଥୀ କଂହର. ପ୍ରକାଶ ବାଘ,ବିଷ୍ଣୁ କଂହର ଏବଂ ଆନନ୍ଦେଶ୍ୱର ଦଳର ସମସ୍ତ ସଦସ୍ୟା ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.