କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ କାମ ତୁରନ୍ତ ସାରିବାକୁ ଅନୁରୋଧ

ଭୁବନେଶ୍ୱର: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ- ୫୫ ପ୍ରସଙ୍ଗରେ ଚିଠି । ୨୦୧୭ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି । ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ସରୁନି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।

ଜାତୀୟ ରାଜପଥ -୫୫ ପଶ୍ଚିମ ଓଡ଼ିଶାର ଜୀବନରେଖା । ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଦୁଇ ବର୍ଷ ମଧ୍ୟରେ ଜାତୀୟ ରାଜପଥରେ ୩୯୯ଟି ଦୁର୍ଘଟଣା ଘଟିଛି । ୧୯୬ ଜଣଙ୍କର ଜୀବନ ଯାଇଛି । ହସ୍ତକ୍ଷେପ କରି ଏ ରାସ୍ତା କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.