ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ…

ଭୁବନେଶ୍ୱର : ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି l ବନ୍ଦ ଫଳରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଆଜି ସକାଳେ  ଆନ୍ଦୋଳନକାରୀମାନେ ପିକେର୍ଟି କରି ବିଭିନ୍ନ ସ୍ଥାନରେ ଗାଡ଼ିମଟର ବନ୍ଦ କରିଛନ୍ତି। ଯାହାଫଳରେ ଯାତ୍ରୀମାନେ ଯିବାଆସିବା କରିବାରେ ଅସୁବିଧା ସୃଷ୍ଟି  ହୋଇଛି। 

ବନ୍ଦ ପାଳନକୁ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ସହ କଣ୍ଟାବାଞ୍ଜି NACର ସମସ୍ତ ସଂଗଠନ ସମର୍ଥନ କରିଛନ୍ତି। ଆଗରୁ ମଧ୍ୟଜିଲ୍ଲା ଦାବି ନେଇ ନଭେମ୍ବର ୨୪ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଥିଲା l ହେଲେ ରାଜ୍ୟସରକାର କିଛି ପଦକ୍ଷେପ ନନେବାରୁ ଆଜି ପୁଣିଥରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି l

ଜଣେ ଆନ୍ଦୋଳକାରୀ କହିଛନ୍ତି, କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା  ପାଇଁ ଦାବି କରିବା ଆଜିର ନୁହେଁ। ଆମେ ୧୯୯୨ ମସିହାରୁ ଦାବି କରି ଆସିଛୁ।  ଆମେ ଆଶା ରଖିଛୁ କଣ୍ଟାବାଞ୍ଜି ନିଶ୍ଚିତ ଜିଲ୍ଲା ମାନ୍ୟତା ଦାବି ପାଇବ। 

nis-ad
Leave A Reply

Your email address will not be published.