ସ୍କୁଟି ଡ଼ିକିରୁ ୪ ଲକ୍ଷ ୫୦ ହଜାର ନେଇ ଦୁର୍ବୃତ୍ତ ଫେରାର…

ବ୍ରହ୍ମପୁର: ଗୃହ ନିର୍ମାଣ ନିମନ୍ତେ ଦୁଇଟି ବ୍ୟାଙ୍କରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଏହି ସମୟରେ ସ୍କୁଟି ଡ଼ିକିରୁ ଉକ୍ତ ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଏ ନେଇ ସଦର ଥାନା ଅନ୍ତର୍ଗତ ସରସ୍ୱତୀ ନଗରର କନ୍ଧ ନାୟକ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ବଡ଼ ବଜାର ଥାନା ପୁଲିସ ପହଞ୍ଚି ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ।

ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତି ଥିବା କିଛି ଲୁଟେରାଙ୍କୁ ଚିହ୍ନଟ କରିଥିବା ବେଳେ ତାଙ୍କୁ କାବୁ କରିବାକୁ ଯୋଜନା କରୁଛି । ସୂଚନାଯୋଗ୍ୟ ଯେ ସରସ୍ୱତୀ ନଗରର କନ୍ଧ ନାୟକଙ୍କ ଗୃହ ନିର୍ମାଣ ଚାଳିଥିବା ବେଳେ ସେ ଟଙ୍କା ଉଠାଣ ନିମନ୍ତେ ବ୍ରହ୍ମପୁର ଆସିଥିଲେ । ସେ ଆଜି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍‌ବିଆଇ)ର ମୁଖ୍ୟ ଶାଖାରୁ ଲକ୍ଷାଧିକ ଟଙ୍କା ଉଠାଇଥିବା ବେଳେ ଆସିଆସିଆଇଇ ବ୍ୟାଙ୍କୁ କିଛି ଟଙ୍କା ଉଠାଇଥିଲେ । ଏଭଳି କନ୍ଧ ନାୟକଙ୍କ ଦୁଇଟି ବ୍ୟାଙ୍କରୁ ମୋଟ ୪ ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ । ସେ ଉକ୍ତ ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ବଡ଼ ବଜାର ଥାନା ଅନ୍ତର୍ଗତ ଉତ୍କଳ ସିନେମା ହଲ ଛକ ନିକଟରେ ତାଙ୍କ ସ୍କୁଟି ଚକ ଲିକ୍ ହୋଇଯାଇଥିଲା । ଉକ୍ତ ଛକ ନିକଟରେ ସେ ଗାଡ଼ି ରଖି ମରାମତି ନିମନ୍ତେ ଗ୍ୟାରେଜ୍ ଖୋଜିବାକୁ ଯାଇଥିଲେ । ଏହି ସମୟରେ ସ୍କୁଟିର ଚାବି ଲାଗିଥିଲା । ପୂର୍ବର ତାଙ୍କ ପିଛା କରୁଥିବା କିଛି ଦୁର୍ବୃତ୍ତ ଏହାର ସୁଯୋଗ ନେଇ ଗାଡ଼ି ଡ଼ିକି ଖୋଲି ସେଥିରେ ଥିବା ସମସ୍ତ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ । ପରେ କନ୍ଧ ନାୟକଙ୍କ ତାଙ୍କ ସ୍କୁଟି ନିକଟକୁ ଆସି ଦେଖିବା ବେଳକୁ ଡ଼ିକି ଖୋଲାଥିବା ସହ ସେଥିରେ ଥିବା ଟଙ୍କା ନଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.