ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ଉପଜିଲ୍ଲାପାଳ ଆଶୁତୋଷ କୁଳକରଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଯାତ୍ର ପରିଚାଳନା ମୁଖ୍ୟ ପି. ଦୁର୍ଗା ପ୍ରସାଦ ଦେଶିବେହେରା ଓ କମିଟି ସଭ୍ୟ ମାନେ ଅଂଶଗ୍ରହଣ କରିଥିଲେ।ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରା ମେ୧ତାରିଖରେ ସମାପନ ହେବ।ଯାତ୍ରକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ଉପରେ ଅଧିକା ଗୁରୁତ୍ୱ ଦେଇଛନ୍ତି ଉପଜିଲ୍ଲାପାଳ ଶ୍ରୀ କୂଳକର୍ଣ।ଗତବର୍ଷ କୋଭିଡ କଟକଣା ରେ ଯାତ୍ର ଅନୁଷ୍ଠିତ ହୋଇଥିଲା, ତେବେ ଚଳିତ ବର୍ଷ ଅଧକା ଜନସମାଗମ ହେବାର ସମ୍ଭାବନା ରହିଛି।ତାହାକୁ ଦୃଷ୍ଟି ରେ ରଖୀ ଛଅ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ।ଏବଂ ଅଧିକା ପୋଲିସ ଅଧିକାରୀ ମାନେ ଯାତ୍ରା ପରିଚାଳନା ଦାୟିତ୍ବ ରେ ରହିବେ ବୋଲି ଜଣାପଡିଛି।

ମାଁ ଙ୍କ ଅସ୍ଥାୟୀ ମଣ୍ଡପ ନିକଟରେ ଏକ ପ୍ଲାଟୁନ ପୋଲିସ ମୁତୟନ ରହିବେ।ଶ୍ରଦ୍ଧାଳୁମାନେ ଯେଭଳି ଶାନ୍ତି ଶୃଙ୍ଖଳା ରେ ମାଁ ଦର୍ଶନ କରି ପୂଜାର୍ଚ୍ଚନା କରିବା କୁ ହେବ ସେଥିପ୍ରତି ଦୃଷ୍ଟି ରଖାଯିବ।ଯାତ୍ରା କମିଟି ପକ୍ଷରୁ ସିସିଟିଭି କ୍ୟାମେରା ବ୍ୟବସ୍ଥା ଗ୍ରହଣ କରାଯିବ।ଯାତ୍ରାର ପ୍ରଥମ ଏବଂ ଶେଷ ଦିନରେ ଅଧିକା ଜନସମାଗମ କୁ ଦୃଷ୍ଟି ରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।ଏଥି ସହିତ ଅଗ୍ନିଶମ ବିଭାଗ ,ସ୍ୱାସ୍ଥ୍ୟ ବିଭାଗ,ଏବଂ ନିଗମ ପକ୍ଷରୁ ପରିମଳ ବ୍ୟବସ୍ଥା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ କୂଲକର୍ଣ୍ଣି ସୂଚନା ଦେଇଛନ୍ତି।ଯାତ୍ର କମିଟି ଏବଂ ସମସ୍ତ ବିଭାଗର ସହଯୋଗ କ୍ରମେ ଧୁମଧାମରେ ଯାତ୍ର ପାଳନ କରାଯିବ ବୋଲି ଯାତ୍ରା ମୁଖ୍ୟ ପରିଚାଳକପି. ଦୁର୍ଗା ପ୍ରସାଦ ଦେଶିବେହେରା କହିଛନ୍ତି।

nis-ad
Leave A Reply

Your email address will not be published.