ବାଇକକୁ ଧକ୍କା ଦେଲା କାର : ଜଣେ ମୃତ


କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ।ଏକ ବୁଲେଟ କୁ ଏକ ଡଷ୍ଟର କାର ଦେବା ଫୋଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ମାଇକଞ୍ଚ ପଞ୍ଚାୟତଅନ୍ତର୍ଗତ ପାଇକକୁପାଖାଲ ଗ୍ରାମର ଲକ୍ଷ୍ମଣ ନାଏକ।ସେ କୈଣଷି କାମରେ ରାୟଗଡା ଯାଇ ଫେରୁଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଡଷ୍ଟର କାର ଯାହାର ନମ୍ବର ଏପି ୩୯ ଏନ,କେ ୧୬୭୬ ଧକ୍କା ଦେବା ଫୋଳରେ ଗୁରୁତର ଆହତ ହୋଇ ରାସ୍ତା କଢରେ ଛିଟିକି ପଡିଥିଲେ।ଖବର ପାଇ ସ୍ଥାନୀୟ ଲୋକେ ଓ ଟିକିରି ପୋଲିଷ ପହଞ୍ଚି ଉଧ୍ୟାର କରି ପ୍ରଥମେ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ କୁ ଆଣିଥିଲେ।ଅବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଥିଲେ।

ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଟିକିରି ପୋଲିଷ ଉଭୟ ଦୃଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳେଇଛନ୍ତି।ବାରମ୍ବାର ଏହି କାଳିଆପଡା ଘାଟିରେ ଦୃର୍ଘଟଣା ଘୋଟୁଥିଲେ ମଧ୍ୟ ଗାଡି ଚାଳକ ମାନେ ସତର୍କ ହେଉ ନାହାନ୍ତି।

nis-ad
Leave A Reply

Your email address will not be published.