ସ୍ତ୍ରୀକୁ ହତ୍ୟା ପରେ ନିଜ ଜୀବନ ହାରିଲା ସ୍ୱାମୀ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଲସରା ଥାନା ଡମକୁଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ। ପତ୍ନୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଲା ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଘରୋଇ କଳହ ଯୋଗୁଁ ଏପରି ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି । ଦମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତା ସ୍ତ୍ରୀ ବର୍ଷେ ପୂର୍ବେ ବାହା ହୋଇଥିଲେ । ହେମନ୍ତ ଗୋଆ ଦାଦନ ଖଟିବାକୁ ଯାଇ ହୋଲି ବେଳକୁ ଘରକୁ ଫେରିଥିବା ବେଳେ ସ୍ତ୍ରୀ ଶାଶୁ ଏବଂ ନଣନ୍ଦଙ୍କ ସହିତ ରହୁଥିଲା । ହେମନ୍ତ ଘରକୁ ଫେରିବା ପରେ ସ୍ବାମୀ ସ୍ତ୍ରୀ ପରିବାର ଠାରୁ ଅଲଗା ହୋଇ ରହୁଥିଲେ। ମଙ୍ଗଳବାର କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ହେମନ୍ତ ରାଗି ଯାଇ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଛି । ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ।

ଗତ ରାତିରେ ସ୍ଥାନୀୟ ଲୋକେ ଘଟଣା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ଘରକୁ ବନ୍ଦ କରି ଦେଇଥିବା ଜଣାଯାଇଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ।

nis-ad
Leave A Reply

Your email address will not be published.