ସାମ୍ବାଦିକ ସଙ୍ଘର ପଖାଳ ଦିବସ ପାଳିତ…

ମାଲକାନଗିରି ୨୦।୦୩ : ମାଲକାନଗିଋ ଜିଲ୍ଲା ସଦର ମହକୁମାର ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ପଖାଳ ଦିବସ ପାଳନ । ଏହି ଅବସରରେ ସଂଘର ସଭାପତି ଦୁର୍ଯୋଧନ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ମନୋଜ ମହାନ୍ତି, ସଂଘର ଜିଲ୍ଲା ସମ୍ପାଦକ ସତ୍ୟଦାସ, ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଦିବସର ତତ୍ପର୍ଜ୍ୟ ବିଷୟରେ ମତ ରଖିଥିଲେ । ଓଡିଆଙ୍କ ମୁଖ୍ୟ ଖାଦ୍ୟ ପଖାଳ ହୋଇଥିବା ବେଳେ ପ୍ରତୀଟି ଓଡିଆଙ୍କ ଘରେ ଏହାକୁ ପରଷା ଯାଉଥିବାରୁ ଆଜିର ଦିନକୁ ଏହି ପଖାଳ ଦିବସରୂପେ ପାଳନ କରାଯାଉଥିବା ହେତୁ ଜିଲ୍ଲା ସଂଘ କାର୍ଯ୍ୟଳୟରେ ପଖାଳ ଭୋଜନର ଆୟୋଜନ କରଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ, ଅପୂର୍ବ ଥଣ୍ଡର, ରାହୁଲ ନାୟକ, ଚନ୍ଦ୍ରକାନ୍ତ ପଣ୍ଡା, ଶିବ ପ୍ରସାଦ ଦାସ, ବସନ୍ତ ଜେନା,ପଙ୍କଜ ଖରା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.