ଡାକ୍ତରଖାନାରେ ପ୍ରସୂତିଙ୍କ ଛୁଆ ଗାୟବ ଘଟଣା : ଭାରପ୍ରାପ୍ତ ଚିକିତ୍ସାଧୀକାରୀ ମହିାଳା ଜଣକ ମିଥ୍ୟା ଅଭିଯୋଗ ଆଣିଥିବା ଗଣମାଧ୍ୟମକୁ ଦେଲେ ପ୍ରତିକ୍ରିୟା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ପ୍ରସବପରେ ତାଙ୍କ ଜନ୍ମ ହୋଇଥିବା ଛୁଆ ଚୋରି ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା ଏବଂ ତାଙ୍କ ପରିବାର ଲୋକେ l ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବିରେନପଲ୍ଲୀ ଗ୍ରାମର କୌଶଲ୍ୟା ଭୂମିଆ ଗତ ଜୁନ ମାସରେ ଗର୍ଭବତୀ ହୋଇଥିଲେ l ସମ୍ପର୍କୀୟ ମାନଙ୍କ କହିବା ଅନୁଯାଇ ପ୍ରତିମାସରେ ଏଏନଏମଙ୍କ ପାଖରେ ଚେକଅପ ମଧ୍ୟ କରାଯାଉଥିଲା l ପେଟରେ ଥିବା ଛୁଆ ଠିକଠାକ ଥିବା ର ପ୍ରତିଶୃତି ମଧ୍ୟ ପାଉଥିଲେ l ପରେ ସେ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ଚିକିତ୍ସା ମଧ୍ୟ କରାଇଥିଲେ ଚଳିତ ମାସ 16ତାରିଖ ରେ ପ୍ରସବ ହେବାକୁ ଥିବା ବେଳେ ଗତକାଲି ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତରଖାନା କୁ ଆସିଥିଲେ କିଛି ସମୟ ପରେ ଡେଲିଭରି ହେବ କହିଥିଲେ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ହୋସ ଆସିଲା ବେଳକୁ ଛୁଆ ନାହିଁ ପେଟରେ ଗ୍ୟାସ ଅଛି କହି ମୁମୁର୍ଶୁ ଅବସ୍ଥାରେ ମାଲକାନଗିରି ହସ୍ପିଟାଲ କୁ ରେଫର କରିଦେଲେ ଛୁଆ କୁ ନପାଇ ପ୍ରସୂତିଙ୍କ ପରିବାର ଆଶା କର୍ମୀଙ୍କୁ ଜଣାଇଥିଲେ ମଧ୍ୟ ଗୋଟିଏ ଦିନ ବିତିବା ପରେ ଆଶାକର୍ମୀ ଙ୍କ ଦେଖା ନମିଳିବା ରୁ ସଂନ୍ଦେହରେ ମାଥିଲିର ଜଣେ ସଂପର୍କୀୟ ଙ୍କ ପିଣ୍ଡା ରେ ଆଶ୍ରୟ ନେଇଛନ୍ତି କୌଶଲ୍ୟା ଭୂମିୟା l ଏ ସଂପର୍କରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ ର ଭାରପ୍ରାପ୍ତ ଚିକିତ୍ସାଧୀକାରୀ ଅମୀୟ କୁମାର ସ୍ୱାଇଁ ଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୋଗ ସଂପୂର୍ଣ ଭିତ୍ତିହିନ l ମହିାଳା ଜଣକ ମିଥ୍ୟା ଅଭିଯୋଗ ଆଣିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି l

nis-ad
Leave A Reply

Your email address will not be published.