ପୂଜକଙ୍କୁ ସ୍ୱପ୍ନାଦେଶ ପରେ ମନ୍ଦିର ପରିସରରୁ ବାଲାଜୀଙ୍କ ମୃତ୍ତି ଉଦ୍ଧାର…

ମାଲକାନଗିରି// ଚିତ୍ରକୋଣ୍ଡା,: ବିଗତ 17 ତାରିଖ ରାତ୍ରିରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଥିତ ତିରୁପତି ବାଲାଜୀ ମନ୍ଦିରର ପୂଜକ ରବି ଶାସ୍ତ୍ରୀ ଙ୍କୁ ସ୍ୱପ୍ନାଦେଶ ହୋଇଥିଲା ମନ୍ଦିର ପରିସରରେ ପ୍ରଭୁ ମାଟି ତଳେ ପୋତି ହୋଇ ରହିଛନ୍ତି ତାଙ୍କୁ ଉଦ୍ଧାର କରିବାକୁ ନିର୍ଦେଶ ହୋଇଥିଲା l ଅଠର ତାରିଖ ଦିନ ସକାଳୁ ପୂଜକ ଶାସ୍ତ୍ରୀ ଉକ୍ତ ସ୍ୱପ୍ନାଦେଶ ମନ୍ଦିର ପରିଚାଳନା କମିଟି ଓ ଚିତ୍ରକୋଣ୍ଡା ଗ୍ରାମବାସୀ ଙ୍କୁ ଜଣାଇଥିଲେ l ଉକ୍ତ ମୂର୍ତ୍ତିକୁ ଉଦ୍ଧାର ପାଇଁ ପୂଜାଵିଧି ମୁତାବକ ସ୍ୱତନ୍ତ୍ର ପ୍ରୟାସ ମହିଳା ମାନେ ସିଲେରୁ ନଦୀ କୂଳରୁ ଦେଢ଼ କିଲୋମିଟର ର ନଦୀ ଘାଟରୁ ଜଳ ଉଠାଇ କଳସ ଯାତ୍ରା କରି ଉକ୍ତ ଠାକୁରଙ୍କ ପରିସରରେ ନିର୍ଦ୍ଧିଷ୍ଟ ସ୍ଥାନକୁ ଚି଼ହ୍ନଟ କରି ଖୋଳା ଆରମ୍ଭ କରିଥିଲେ ସାତଫୁଟ ଖୋଳିବା ପରେ ରାତି 10 ମୂର୍ତ୍ତିର କିଛି ଅଂଶ ଦେଖା ଯିବା ପରେ ଭକ୍ତଙ୍କର ସମାଗମ ବଢ଼ିବାରେ ଲାଗିଥିଲା କିଛି ସମୟ ପରେ ମୂର୍ତ୍ତିର ସମ୍ପୂର୍ଣ ଅଂଶ ପଦାକୁ ବାହାରିଥିଲା ଦଶ ଇଞ୍ଚ ବିଶିଷ୍ଟ ସାପ ଚିତ୍ର ସହ ଠାକୁର ପଥର ନିର୍ମିତ ମୂର୍ତ୍ତି କଢ଼ାଯାଇ ପୂଜାର୍ଚନା କରାଯାଇ ମନ୍ଦିରରେ ରଖାଯାଇଥିଲା l
ଠାକୁରଙ୍କ ଆବିର୍ଭାବ ଦେଖିବାକୁ ପାଇ ବହୁ ସମୟ ଧରି ଖୋଳି ଥିଲେ ଖୋଳିଲା ପରେ ଠାକୁର ଙ୍କ ଆବିର୍ଭାବ ହୋଇଥିଲା କେହି କେହି ବାଲାଜୀ ଠାକୁର ଙ୍କ ମୂର୍ତ୍ତି କହୁଥିବା ବେଳେ କେହି କେହି ମା ଗଙ୍ଗା ଦେବୀଙ୍କର ପଥର ମୂର୍ତ୍ତି ବାହାରି ଥିବା କଥା କହିଥିଲେ । ଠାକୁର ଙ୍କ ଉକ୍ତ ମୂର୍ତ୍ତି କୁ ଦେଖିବାକୁ ବାଲାଜୀ ମନ୍ଦିରରେ ଶତାଧିକ ଭକ୍ତ ଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.