ମାଲକାନଗିରି ମହାବିଦ୍ୟାଳୟ ରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ…

ମାଲକାନଗିରି ୧୮/୦୩ ମାଲକାନଗିରି ମହାବିଦ୍ୟାଳୟ ର ସଭାଗୃହ ଠାରେ ଉଭୟ ଯୁକ୍ତ ଦୁଇ ଯୁକ୍ତ ତିନି ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧକ୍ଷ ଅଶୋକ କୁମାର ଶାଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼ଃ ଉଦୟ ନାଥ ଖରା ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଆଇକ୍ୟୁଏସସି ର ସଂଯୋଜକ ତଥା ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଡ଼ଃ ଖରା ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଭାବରେ ଉଚପଦସ୍ତ ସରକାରୀ ଚାକିରୀରେ ନିଯୁକ୍ତି ପାଇପାରିବେ, ଯେପରି କେନ୍ଦ୍ରୀୟ ଲୋକସେବା ଆୟୋଗ ଓ ଓଡିଶା ଲୋକସେବା ଆୟୋଗ ଦ୍ୱାରା କରାଯାଉଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ସେଥିପାଇଁ ମାର୍ଗ ଦର୍ଶନ କରିଥିଲେ। ଅଧ୍ୟକ୍ଷ ଅଶୋକ କୁମାର ଶାଢଙ୍ଗୀ ଏନଟିଏ ଦ୍ଵାରା କରାଯାଉଥିବା ପ୍ରବେଶିକା ପରୀକ୍ଷା ଉପରେ ଆଲୋକପାତ କରିବା ସହିତ କଠିନ ପରିଶ୍ରମ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଡ଼ଃ ରଂଜନ କୁମାର ସ୍ୱାଇଁ ବିଭିନ୍ନ ପ୍ରତିଯୋଗିତା ମୂଳକ ପୁସ୍ତକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।ସଭା ଶେଷରେ ଅଧ୍ୟାପକ ଅମୀୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.