ହାଇଓ୍ବା ସହ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର


ହିଞ୍ଜିଳିକାଟୁ ୧୮/୩ : ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ଶନିବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ରେ ହାଇଓ୍ବା ସହ ବାଇକ୍ ମୁହାଁମୁହିଁ ଧକ୍କା ଘଟି ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ସାଥି ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଗ୍ରାମର ସଞ୍ଜିବ କୁମାର ପାତ୍ର (୨୨) । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଶନିବାର ଅପରାହ୍ନରେ କୁକୁଡାଖଣ୍ଡି ଗ୍ରାମର ସଞ୍ଜିବ ଓ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ବାଇକ (ଓଡି୦୭ଏ ୭୫୬୧) ଯୋଗେ ଏସି ମରାମତି କରିବା ପାଇଁ ଆସିକା ଅଭିମୁଖେ ଯାଉଥିବା ବେଳେ ଆସିକା ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ଏକ ହାଇଓ୍ବା (ଓଡି୩୨ଜି ୦୭୮୮) ସହ ପିତଳ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଓ ସାଥି ଜଣଙ୍କ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତ ଜଣଙ୍କ ମେଡିକାଲରୁ ଚମ୍ପଟ ମାରିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.