ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ…

ଫୁଲବାଣୀ :- ସ୍ଵାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ l ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାୟାଲମ୍ବା ଗାଁର କ୍ରାଣ୍ଡିବାଲି ସାହି ରେ l ମୃତ ସ୍ତ୍ରୀ ହେଲେ ମିନତୀ କହଁର ବୋଲି ଜଣାପଡିଛି I ତେବେ ଦୀର୍ଘ ୧୫ ବର୍ଷ ହେବ ମୃତ ମିନତୀ କାୟାଲମ୍ବା କ୍ରାଣ୍ଡିବାଲି ସାହିର ସଦାଶିବ ନାୟକଙ୍କୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କାର ଏକ ୧୦ ବର୍ଷର ଝିଅ ଥିବା ଜଣାପଡିଛି I ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଜାତିର ହୋଇଥିବା ବେଳେ ଉଭୟ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ପ୍ରେମ ବିବାହ କରିବାରୁ ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ମନମାଳିନ୍ୟ ରହିଥିଲା I କିଛିଦିନ ପରେ ଉଭୟ ପରିବାର ମଧ୍ୟରେ ସୁସମ୍ପର୍କ ରହିଥିଲା I ତେବେ ଗତକାଲି ଦିନ ତିନିଟାରେ ମୃତ ମିନତୀ କହଁର ତାଙ୍କ କକାଙ୍କୁ ଫୋନ ଯୋଗେ ତାଙ୍କ ସ୍ୱାମୀ ମାଦ୍ୟପନ କରିଥିବା କହିଥିବା ବେଳେ ରାତିରେ ମଦ୍ୟପ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗିରହିଥିବା ପାରିବାରିକ କଳହକୁ ନେଇ ସାମାନ୍ୟ ବଚଶା ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ମଦ୍ୟପ ସ୍ୱାମୀ ଏକ ଟାଙ୍ଗିଆ ବେଣ୍ଟରେ ମାଡ ମାରିଥିଲେ I ମୃତକର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମିନତୀର ମୃତ୍ୟୁ ହୋଇଥିଲା I ହତ୍ୟା କରିସାରିବା ପରେ ହତ୍ୟା କାରି ସ୍ୱାମୀ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି I ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଘର ଭିତରୁ ଶବ ଜବତ କରିବା ସହ ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି I

nis-ad
Leave A Reply

Your email address will not be published.