୧୪ ତମ ଆଦିବାସି କାର୍ଯକ୍ରମ ପାଇଁ କନ୍ଧମାଳ ଦଳ ଇନଡୋର (ମଧ୍ୟ ପ୍ରଦେଶ) ଅଭିମୁଖେ ଯାତ୍ରା..

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଇନ୍ ଡୋର (ମଧ୍ୟ ପ୍ରଦେଶ) ଅଭିମୁଖେ ଯାତ୍ରା କରୁଛନ୍ତି l ଏହି ଅବସର ରେ ବାଲିଗୁଡା ଟାଉନ ହଲ ସଭା ଗୃହ ଠାରେ ଏକ କାର୍ଯ କ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ ଅତିଥି ଭାବରେ ଉପ ଜିଲ୍ଲାପାଳ ବାଲିଗୁଡାର ମଧୁମିତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ୧୨୭ ସି ଆର ପିଏଫ ବାଲିଗୁଡା ର କମାନ ଦେଣ୍ଟ୍ ଆନନ୍ଦ ଝା , ମାଉଳି ମୋହନ କୁମାର, ଅଜିତ ବାବୁ ସି, ବିପିନ କୁମାର୍, କୁମାର ରାଘଭେନ୍ଦ୍ର, ଡ. ରାହୁଲ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନିତ

କୁମାର, ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ ପଞ୍ଚାୟତର ସେଶ୍ରା ଗାଁ ଓ ଚଙ୍ଗାପଦର ର ୨୦ ଜଣ ଭାଇ ଓ ଭଉଣୀ ମାନେ କାର୍ଯ କର୍ମ ପାଇଁ ଇନ୍ଦୋ ର ଯାତ୍ର l କରି ଛନ୍ତି, ତାଙ୍କ ସହ ଏସ କଟ ଭାବରେ ସି ଆର ପି ଏଫ ବାଲିଗୁଡ଼ାର ଲିଲି ଭୋଇ ଓ ସମିରନ୍ ପୋଠକ ଯାଉଛନ୍ତି l ଏହି କାର୍ଯ କ୍ରମ ଟି ୨୦ ମାର୍ଚ୍ଚ ଠୁ ୨୬ ମାର୍ଚ୍ଚ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସିଆର ପିଏଫ ବାଲିଗୁଡାର କମାଣ୍ଡେଣ୍ଟ ମଉଳି ମୋହନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.