ଇକୋରିଟ୍ରିରୁ ବାହାରି ଥିବା ଆବର୍ଜନାକୁ ଖାଇ ଗାଈଗୋରୁ ଓ ଛେଳି ମରିଥିବା ଘଟଣା : ତଦନ୍ତ ପାଇଁ ଦାବୀ..

ଦାରିଙ୍ଗବାଡ଼ି,୧୭/୩ : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଦାରିଙ୍ଗବାଡ଼ିରେ ପର୍ଯ୍ୟଟଙ୍କ ସୁବିଧା ପାଇଁ ହୋଇଅଛି ଇକୋରିଟ୍ରିଟ । ଉକ୍ତ ଇକୋରିଟ୍ରିଟ ହେବା ଫଳରେ ପର୍ଯ୍ୟଟକଙ୍କୁ ବିଭିନ୍ନ ପଞ୍ଚ ତାରକା ହୋଟେଲର ସମସ୍ତ ସୁବିଧା ଯୋଗାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ସରକାର ରାଜସ୍ବ ପାଇଲା । ହେଲେ ଇକୋରିଟ୍ରିରୁ ବାହାରି ଥିବା ଆବର୍ଜନାକୁ ସାରିଙ୍ଗିର୍ପି ଗ୍ରାମର ଗାଈ ଗୋରୁ ଓ ଛେଳି ଖାଇ ୧୦ଟି ବଳଦ ଓ ୧୨ଟି ଛେଳି ମରିଥିବା ଜଣା ପଡ଼ିଛି । ଏହି ଘଟଣାରେ ଗ୍ରାମବାସୀ ତହସିଲଦାର ଓ ପ୍ରାଣୀ ଚିକିତ୍ସକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣାର ସତ୍ୟା ସତ ତଦନ୍ତ କରିବା ନେଇ ତହସିଲଦାର ଡ.ଅଶୋକ କୁମାର ଦାସ ଓ ପ୍ରାଣୀ ଚିକିତ୍ସକ ଡା.ଦୀପକ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଗାଈ ବଳଦ ଓ ଛେଳିଙ୍କ ବ୍ୟବଚ୍ଛେଦ ପରେ ଆବର୍ଜନା ତଥା ଜରୀ ଖାଇବା ଦ୍ୱାରା ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ । ଏହି ଘଟଣାରେ ଗ୍ରାମ ବାସୀ ଲିଖିତ ଅଭିଯୋଗ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଦେବା ସହ ଏହାର ତଦନ୍ତ ରିପୋର୍ଟ ପ୍ରଶାସନଙ୍କୁ ଦେଇ କ୍ଷୟକ୍ଷତି ଗାଈ ବଳଦ ଓ ଛେଳି ମୃତ୍ୟୁ ହୋଇଥିବା ପରିବାରଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.