ନାସସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠାରେ ଅଘଟଣ : ଯାତ୍ରା ପଡିଆ, ଲାଇଟ ଖୁଣ୍ଟରେ ଲାଗି ଜଣେ ମୃତ…

ହିଞ୍ଜିଳିକାଟୁ ୧୭।୩ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ନାସସଂକୀର୍ତ୍ତନ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଗୁରୁବାର ଆରମ୍ଭ ହୋଇଥିଲା। ଶୁକ୍ରବାର ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ମନୋରଞ୍ଜନ ନିମନ୍ତେ ବିଭିନ୍ନ ପ୍ରକାରର ଦୋଳି ଖେଳ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଯାତ୍ରା ପଡିଆ ରେ ଅସ୍ଥାୟୀ ଲାଇଟ ଖୁଣ୍ଟରେ ହାଇମାକ୍ସ ଲାଇଟ ଲଗାଇଥିଲେ। ଗ୍ରାମରେ ଆଧ୍ୟାତ୍ମିକ ମାହୋଲ ରେ ଉଚ୍ଛୁଳି ପଡୁଥିଲା ରାଳବ ଗ୍ରାମ । ହେଲେ କେଇ ମୁହୁର୍ତ୍ତରେ ଉତ୍ସବ ମୁଖର ପରିବେଶ ଶୋକାକୂଳ ମାହୋଲରେ ପରିଣତ ହୋଇଛି। ରାଳବ ଗ୍ରାମର ଯୁବଗୋଷ୍ଠୀ ମହିଳା ପିଲା ଠାରୁ ବୃଦ୍ଧ ଯାତ୍ରା ପଡିଆ ଓ ମନ୍ଦିର ପ୍ରତିଷ୍ଠା ଦେଖିବାକୁ ଯିବା ସମୟରେ ଇଲେକ୍ଟ୍ରି ଟେଣ୍ଟ ଖୁଣ୍ଟ ରେ ଲାଗି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବିଷ୍ଣୁ ମନ୍ଦିର ସାହିର ସଙ୍କର ପାଣ୍ଡିଙ୍କ ପୁଅ ମିଥୁନ ପାଣ୍ଡି( ୧୭) ।

ମନ୍ଦିର ମଣ୍ଡପ ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଗାଁ ର ମୃତ ଯୂବକ ଯାତ୍ରା ପଡିଆ ରେ ରାମଦୋଳି ସହ ଲାଗିଥିବା ବିଭିନ୍ନ ଖେଳ ଦେଖିବାକୁ ଯାଇଥିଲେ। ଯାତ୍ରା ପଡିଆ ବିଲ ମାଳ ମଧ୍ୟରେ ଟେଣ୍ଟ ଖିଣ୍ଟ ଚତ୍ରୁପାର୍ଶ୍ଵରେ ହାଇମାକ୍ସ ଲାଇଟ ଲଗାଯାଇଥିଲା। ଉକ୍ତ ଖୁଣ୍ଟ ଅସାବଧାନତା ଯୋଗୁଁ କରେଣ୍ଟ ସଂସ୍ପର୍ଶରେ ଆସି ଚାର୍ଜ ହୋଇଥିଲା । ମୃତ ଯୁବକ ଯାତ୍ରା ପଡିଆ ଲାଇଟ ଖିଣ୍ଟକୁ ଧରି ଟଳିପଡିଲେ। ଘଟଣା ସ୍ଥଳରେ ଥିବା ଗ୍ରାମବାସୀ ମିଥୁନ ଙ୍କୁ ଆଟୋ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ । ସେଠାରେ ଡାକ୍ତର ମିଥୁନ ଙ୍କୁ ମୃତ ଘୋଷଣା କରିଥିଲେ ଓ ହିଞ୍ଜିଳି ପୋଲିସ କୁ ଖଵର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ହିଞ୍ଜିଳିକାଟୁ ମେଡିକାଲ ରେ ପହଞ୍ଚି ଶବକୁ ଜବତ କରିବା ସହ ୪।୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.