ଦାରିଙ୍ଗବାଡ଼ି ବଣିକସଂଘର ୩୫ତମ ବାର୍ଷିକ ଉତ୍ସବ ପାଳନ…

ଦାରିଙ୍ଗବାଡ଼ି,୧୬/୩ : ଦାରିଙ୍ଗବାଡ଼ି ବଣିକ ସଂଘର ୩୫ତମ ବାର୍ଷିକ ଉତ୍ସବ ମିଶ୍ର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଣିକ ସଂଘର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ । ଜିଲ୍ଲାର ବାଲିଗୁଡ଼ା, ଘୁ. ଉଦୟଗିରି, ରାଇକିଆ ଓ ଟିକାବାଲି ବଣିକ ସଂଘର କର୍ମକର୍ତ୍ତା ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଉତ୍ସବ କାର୍ଯ୍ୟକ୍ରମରେ ବଣିକ ସଂଘର ସଭାପତି ଲଡୁକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ଶୁଶାନ୍ତ କୁମାର ପ୍ରଧାନ, ବିଡିଓ ଗଦାଧର ପାତ୍ର, ସରପଞ୍ଚ ଚନ୍ଦ୍ରିକା ମଲିକ ଓ ସମିତି ସଭ୍ୟ କାଳିପ୍ରସାଦ ମଲିକ ଯୋଗ ଦେଇଥିଲେ । ଅତିଥି ମାନେ ତାଙ୍କ ବକ୍ତବ୍ୟରେ ବ୍ୟବସାୟରେ ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ସହ ଉଚିତ ମୂଲ୍ୟରେ ଉଚିତ ଜିନିଷ ଯୋଗାଇ ଭାଇ ଚାରା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।

ସେହିପରି ସଂଘର ସଦସ୍ୟ ମାନେ ସଂଘଠିତ ରହି ସରକାରଙ୍କ ନିୟମ ମାନିବା ସହିତ ସମାଜର କଲ୍ୟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ବଣିକ ସଂଘର କର୍ମକର୍ତ୍ତା ନିଜ ନିଜ ସଂଗଠନ ଅନୁଭୂତି ପ୍ରକାଶ କରିଥିଲେ । ବାର୍ଷିକ ବିବରଣୀ ପଠନ ସହସଂପାଦକ ସୂର୍ଯ୍ୟ ନାରାୟଣ ସାହୁ, ସଂଯୋଜନା ଉପ ସଭାପତି ସନ୍ତୋଷ କୁମାର ସାହୁ କରିଥିବା ବେଳେ, ଭଗବାନ ସାହୁ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.