ପୌରପାଳିକା କାର୍ଯ୍ୟାଳୟ ଘେରାଉ କଲେ ରଜକ କୁଳଵାସୀ

ହିଞ୍ଜିଳିକାଟୁ ୧୬।୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ward ନଂ ୧୮, ୨୦ ଓ ୨୧ ରେ ଥିବା ରଜକ କୁଳସମାଜ ଲୋକେ ନିଜ କୂଳ କୋଠଘର ନିର୍ମାଣ ଦାବିରେ ଗୁରୁବାର ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ଘେରାଉ କରିଥିଲେ । ସୂଚନା ଅନୁଯାୟୀ ରଜକ କୁଳ ବାସୀ ପୂର୍ବପୁରୁଷଙ୍କ ଅମଳରୁ ଆଙ୍କୋରଡା ଶିବମନ୍ଦିର ନିକଟରେ ରଜକ କୁଳ କୋଠଘର ନିର୍ମାଣ କରିବାକୁ ସ୍ଥାନ ଅଧିକାର କରିଥିଲେ। ପରବର୍ତ୍ତୀ ସମୟରେ ହିଞ୍ଜିଳିକାଟୁ ମୁନିସିପାଲିଟି ମାନ୍ୟତା ପାଇବା ପରେ ରୋଡ ଚଉଡା ନିର୍ମାଣ କରି ରଜକ କୁଳ ବାସୀ ଙ୍କ ସହ ଆଲୋଚନା କରି ଗ୍ରାମ ଶେଷ ପୋଖରୀ କୂଳରେ କୋଠଘର ନିର୍ମାଣ କରିବାକୁ କହିଥିଲେ । ସେଠାରେ କୂଳ ବାସୀ ନିଜସ୍ବ ଖର୍ଚ୍ଚ ରେ କୁଳବାସୀ ମିଳିମିଶି ପୁନାସ ପକାଇଥିଲେ।

୨୦୨୧ ରେ ଆଙ୍କୋରଡା ଗ୍ରାମର ରାଜନେତା ଓ ମୁନିସିପାଲିଟି ଅଧିକାରୀ ରଜକ କୁଳ ସହ ଆଲୋଚନା କରି ପୋଖରୀ କୂଳରେ ନିର୍ମାଣ କରିଥିବା ପୁନାସ ଭାଙ୍ଗି ପୋଖରୀ ଉନ୍ନତି କରଣ କରିଥିଲେ ।ହିଞ୍ଜିଳିକାଟୁ ପୌରପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ସାହୁ, ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶ୍ରୀ ମହାପାତ୍ର, ଆଙ୍କୋରଡା ଗ୍ରାମର ଆଗଧାଡ଼ିର ନେତା ପୌରପାଳିକା ନିର୍ଵାଚନ ସମୟରେ ରଜକ କୁଳ ଵାସୀଙ୍କ ସହ ଆଲୋଚନା କରି ପୋଖରୀ ଓ ହନୁମାନ ମନ୍ଦିର ମଧ୍ୟରେ ରଜକ କୁଳ କୋଠଘର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜାଗା ଚିହ୍ନଟ କରି ନଡିଆ ଭାଙ୍ଗି ଶୁଭ ଦେଇଥିଲେ। ନିର୍ବାଚନ ସରିବା ପରେ ରଜକ କୁଳ କୋଠଘର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବର୍ତମାନ ସେମାନଙ୍କ ଘର ନିର୍ମାଣ ହେବା ଦୁରର କଥା ସେମାନଙ୍କ ପଥର ଉଠାଇ ନେଇଯାଇଥିବା ସହ ଡିମାରଗେସନ ପରେ ସ୍ଥାନ ନିରୂପଣ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କାର୍ଯ୍ୟାଳୟ ତରଫରୁ କୁହାଯାଇଛି । ଏନେଇ ବହୁବାର ୧୮,୨୦ଓ୨୧ ନଂ ୱାର୍ଡ ରେ ରହୁଥିବା ରଜକ କୁଳବାସୀ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି ।ଏବେ ଗାଁରେ ତିନିଟି ୱାର୍ଡ଼ ରେ ୧୦୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି ।
ଗାଁରେ ସବୁ କୂଳକୁ କୋଠଘର ନିର୍ମାଣ କରି ପ୍ରଦାନ କରାଯାଇଛି । ପୌର ପ୍ରଶାସନକୁ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଉଥିବା ଅଭିଯୋଗ କରିଛନ୍ତି। ଫଳରେ ରଜକ କୁଳ ଲୋକେ ତାତିବା ସହ ପୌରପାଳିକା କାର୍ଯ୍ୟଳୟ ଘେରାଉ କରିଥିଲେ । ଉନ୍ନତୀକରଣ ପାଇଁ ମିଳୁଥିବା କାର୍ଯ୍ୟାଦେଶ ପ୍ରଦାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ନିର୍ବାଚନ ପରେ ନିର୍ବାଚନ ଯାଉଛି । ଧୋବ ଫରଫର ନେତାଏ ଆସି ପ୍ରତିଶ୍ରୁତିରେ ପାହାଡରେ ପୋତି ଦେଉଛନ୍ତି । ହେଲେ ଭୋଟ ଶେଷ ହେବା ପରେ ଆଉ ରଜକ କୁଳ ଭୋଟରଙ୍କୁ ଚିହ୍ନୁ ନାହାନ୍ତି ନେତାଏ । ଆଙ୍କୋରଡା ଗ୍ରାମର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ପରେ ନିରାଶ ହୋଇ ଶେଷରେ ନିଜ କୁଳ କୋଠଘର ନିର୍ମାଣ କରିବାକୁ ଗୁରୁବାର ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ଘେରାଉ କରିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ପରିସରରେ କାଉନସିଲର ପ୍ରତିନିଧି ସଞ୍ଜୟ ସ୍ବାଇଁ ,ପୌରପାଳିକା ଯନ୍ତ୍ରୀ ମାନସ ରଞ୍ଜନ ଦାସ ଓ ପୌର ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଏ ବାବଦରେ ଆଙ୍କୋରଡା ରଜକ କୁଳ ଲୋକଙ୍କ ସହ ଆଲୋଚନା କରିଥିଲେ। ରଜକ ସମାଜ ନିଜ ଜୀଦରେ ଅଟଳ ରହିବାରୁ ହିଞ୍ଜିଳିକାଟୁ ପୌର ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଏ ଦିଗରେ ପଦକ୍ଷେପ ନିଆଯାଇ ଖୁବ୍ ଶୀଘ୍ର କୋଠଘର ନିର୍ମାଣ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଘେରାଉ ଵେଳେ କୈଳାସ ସେଠୀ, ଭଗବାନ ସେଠୀ, ମନୋଜ ସେଠୀ, ଶ୍ଵାମସୁନ୍ଦର ସେଠୀ, ରାମ ସେଠୀ, ସନ୍ତୋଷ ସେଠୀ, ହିନ ସେଠୀ, ପ୍ରତାପ ସେଠୀ ,ମୁଷାସେଠୀ ଙ୍କ ସହ ଶତାଧିକ ରଜକ କୁଳ ଲୋକେ ଘେରାଉ କରିଥିଲେ।

nis-ad
Leave A Reply

Your email address will not be published.