ଉମରକୋଟ ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନର ଦ୍ୱିତୀୟ ଦିବସ

ଉମରକୋଟ : ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ଦୀର୍ଘ ୨ ବର୍ଷ ଧରି ଓଡ଼ିଶା ସରକାରଙ୍କୁ ଜଣାଇ ଆସୁଛନ୍ତି, କିନ୍ତୁ ସରକାର ଏମାନଙ୍କ ଦାବିକୁ କର୍ଣ୍ଣ ପାତ କରୁ ନାହାନ୍ତି | ପୂର୍ବରେ ସରକାର ସଂଘର ମୁଖ୍ୟ କର୍ମକର୍ତ୍ତା ମାନଙ୍କ ସାଙ୍ଗରେ ଆଲୋଚନା କରିଥିଲେ କିନ୍ତୁ ସୁଫଳ ରୂପାୟନ ହୋଇ ପାରିନାହିଁ | ୨ ବର୍ଷ ବିତିଗଲାଣି ହେଲେ ସରକାର ଏମାନଙ୍କ ଦାବି ପୂରଣ ଦିଗରେ ସଚେଷ୍ଟିତ ନୁହନ୍ତି | ବାଧ୍ୟ୍ୟ ହୋଇ ପୁନର୍ବାର ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନର ଡାକରା ଦେଇ ଛନ୍ତି | ଏହା ଫଳରେ ସୀମାନ୍ତ ଛତିଶଗଡ଼ ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଠପ ହୋଇଯାଇଅଛି |

ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ୟବସାଏର ଏକ ପେଣ୍ଠସ୍ଥଳୀ, ଗାଡ଼ି ଚଳାଚଳ ବନ୍ଦ ହେବାରୁ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ବେଶୀମାତ୍ରାରେ ପଡ଼ିଛି | ସାଧାରଣ ଜନତାଙ୍କୁ ବହୁତ ହନ୍ତସନ୍ତ ହେବାକୁ ପଡୁଛି | ବିଶେଷ କରି ଉମରକୋଟ, ରାଇଘରର କଞ୍ଚା ପନିପରିବା ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗର ଯାଉଛି | ଗାଡ଼ି ଚଳାଚଳ ବନ୍ଦ ହେବାରୁ ୨ ଦିନ ହେଲା ପନିପରିବା ବାହାରକୁ ଯାଇ ପାରୁନାହିଁ | ଆଉ କେଇ ଦିନ ଗାଡ଼ି ବନ୍ଦ ଥିଲେ ଚାଷୀ ମାନଙ୍କ ପନିପରିବା କ୍ଷେତରେ ପଚି ସଢ଼ିବା ଆରମ୍ଭ ହେଇ ଯିବ | ସରକାର ଏ ଦିଗରେ ତୁରନ୍ତ ଧ୍ୟାନ ଦେଇ ଏକ ସମାଧାନ କରିନ୍ତୁ, ନ ହେଲେ ଆଗାମୀ ଦିନରେ ବଡ଼ ସମସ୍ୟା ଦେଖା ଦେବ |

nis-ad
Leave A Reply

Your email address will not be published.