ସମଗ୍ର ଜିଲ୍ଲାରେ ଆଉଟସୋର୍ସିଂ କାର୍ଯ୍ୟରତ କର୍ମଚାରୀଙ୍କ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ…

ଫୁଲବାଣୀ : ବୁଧବାର ଠାରୁ କନ୍ଧମାଳ ଜିଲ୍ଲାରେ ବ୍ଲକ ଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋର୍ସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦି ଆସନ୍ତା ୧୮ ତାରିଖ ମଧ୍ୟରେ ଯଦି କିଛି ପଦକ୍ଷେପ ନେଇ ଏହି ଆଉଟସୋର୍ସିଙ୍ଗ ପ୍ରଥାକୁ ବିଲୋପ କରି ସବୁ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନନେବେ ତେବେ ନେତୃମଣ୍ଡଳିଙ୍କ ଆହ୍ୱାନ କ୍ରମେ ୧୯ ତାରିଖରେ ଭୁବନେଶ୍ବର ଠାରେ ଏକ ସେମିନାର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ତରଫରୁ ପାଖାପାଖି ୩୦୦ ରୁ ୪୦୦ ସଂଖ୍ୟାରେ ଆଉଟସୋର୍ସ କର୍ମଚାରୀ ଯୋଗ ଦେବେ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏହାସତ୍ତ୍ଵେ ଯଦିଓ ରାଜ୍ୟ ସରକାର ଦାବିକୁ କୌଣସି ପ୍ରକାର କର୍ଣ୍ଣପାତ ନକରନ୍ତି ଏବଂ ଦାବି ପୁରଣ ପାଇଁ କିଛି ଯୁକ୍ତାମୁକ ପଦକ୍ଷେପ ନନିଅନ୍ତି ତେବେ ପୁଣି ରାଜ୍ୟନେତୃବୃନ୍ଦଙ୍କ ଆହ୍ବାନକ୍ରମେ ଅଫିସ କାର୍ଯ୍ୟ ଦିବସରେ ଛୁଟି ଦରଖାସ୍ତ ଦେବା ସହିତ ଅଫିସ ଛାଡ ଏବଂ ସରକାରୀ କାମ ବନ୍ଦ ଡାକରାର ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି l ଏଥି ନିମନ୍ତେ ପୁନଃ ଛୁଟି ଅନୁମୋଦନ ପାଇଁ ସମସ୍ତେ ନିଜ ନିଜର ଅଫିସକୁ ଛୁଟି ଦରଖାସ୍ତ ଦେବା ସହ ତା-୨୫/୦୩/ ୨୦୨୩ ରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା, ବିକ୍ଷୋଭ ଏବଂ ”ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିବା ଚାଲ” କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ସରକାରୀ ଦପ୍ତରରୁ କାମ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.