ପୋଲିସ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ

ବ୍ରହ୍ମପୁର : ପୋଲିସ – ଦୁବୃର୍ତ୍ତ ମୁହାଁମୁହିଁ, ପୋଲିସ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି | ଏଭଳି ଘଟଣା ଘଟିଛି ବଡବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଅଞ୍ଚଳରେ। ଗତକାଲି ରାତିରେ ବଡବଜାର ଥାନା ଲକ୍ଷ୍ମୀ ନୃସିଂହ ସାହି 12ନମ୍ବର ଲାଇନ୍ ଜୈନିକ ଯୁବକ ଉପରେ ହୋଇଥିବା ବୋମାମାଡ଼ ଆକ୍ରମଣ ଘଟଣା ର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ର ଏକ ଟିମ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳର ଏକ ଘରେ ଚଢଉ କରିଥିଲା।ଏହି ସମୟରେ
ଆଜି ଏକ ଘରେ କିଛି ଦୁବୃର୍ତ୍ତ ଲୁଚି ଥିବା ଖବର ପାଇ ପୋଲିସ ଚଢାଉ ବେଳେ ପୋଲିସ ଉପରକୁ ବୋମାମାଡ ସହ ବନ୍ଧୁକ ଫୈରିଂ କଲେ ଦୂର୍ବୁର୍ତ୍ତ। ଆକ୍ରମଣ ରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନଥିବା ବେଳେ ଘଟଣା ସ୍ଥଳରେ ଏସପି ଡା. ସର୍ବଣା ବିବେକ, ଅତିରିକ୍ତ ଏସପି ଅସୀମ ପଣ୍ଡା, ଏସ୍ଡିପିଓ ରାଜୀବ ପଣ୍ଡା ପହଞ୍ଚି ଉକ୍ତ ଘରେ ରହୁଥିବା ଜଣେ ମହିଳା ଏବଂ ତିନିଜଣ ପୁରୁଷ କୁ ଧରିବାରେ ସଫଳ ହୋଇଛି।ସେମାନଙ୍କୁ ଅଟକ ରଖାଯାଇ ଅଧିକା ପଚାରଉଚାର ଚାଲିଥିବା ଏସପି ଶ୍ରୀ ବିବେକ ସୂଚନା ଦେଇଛନ୍ତି।ତେବେ ବୋମାକୁ ନିଷ୍କ୍ରିୟ କରିବା ବେଳେ ହାବିଲଦାର ଅଶୋକ ପ୍ରଧାନ ଆହତ ହୋଇଛନ୍ତି।ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏମକେସିଜି ବଡ଼ ମେଡ଼ିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.