ମା ବୁଢ଼ୀ ଠାକୁରାଣୀ କାହାର ଦେବୀ..! ଓଡ଼ିଆର ନା ତେଲୁଗୁ ର..? ଚିଠାକୁ ନେଇ ଅନେକ ପ୍ରଶ୍ନ…!

ବ୍ରହ୍ମପୁର : ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଗଞ୍ଜାମ ଜିଲ୍ଲାର ଭୂମିକା ସ୍ମରଣୀୟ ଶଶି ଭୂଷଣ ରଥ ଦୀନବନ୍ଧୁ ବେହେରା ଙ୍କ ପାଇଁ ଓଡ଼ିଆ ଭାଷା ଆନ୍ଦୋଳନ ଓଡ଼ିଶା ର ସ୍ୱର ହୋଇଥିଲା ଓ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ୱର ଉଠିଥିଲା ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ହେଉ। ତାହା ହିଁ ହେଲା । ସ୍ଵାଭିମାନୀ ଓଡ଼ିଆ ଭାଷା ଭିତ୍ତିକ ରାଜ୍ୟ ପାଇଲେ ଯାହା ଭାରତ ର ପ୍ରଥମ । ଏହି ଜିଲ୍ଲା ରେ ସୁସ୍ଥ ପରମ୍ପରା ବିବିଧ ଭାଷା ଓ ସଂସ୍କୃତିକୁ ସମ୍ମାନ ଜଣାଇ ଏକତାର ସୂତ୍ର ରେ ବାନ୍ଧି ହୋଇ ରହିବା। ବିଶେଷକରି ବ୍ରହ୍ମପୁର ସହର ରେ ତେଲୁଗୁ ଓ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ ର ସହର। ଅଧିକାଂଶ ଲୋକ ଓଡ଼ିଆ ଭାଷୀ ହେଲେ ହେଁ ତେଲଗୁ ଭାଷା ଓ ସଂସ୍କୃତିକୁ ସମ୍ମାନ ଜଣାଇ ଆସିଛନ୍ତି। ଦୁର୍ଭାଗ୍ୟ ବଶତଃ ଆଜି ଏକ ଚିଠି ସ୍ଵାଭିମାନୀ ଓଡ଼ିଆ ଭାଷା ପ୍ରେମୀ ଙ୍କୁ କୁଠାର ଘାତ କରିଚି।


ମା ବୁଢୀ ଠାକୁରାଣୀ ଯାତ୍ରା ସମ୍ପର୍କ ରେ ଲେଖାଯାଇଥିବା ଚିଠି ତେଲୁଗୁ ଭାଷା ରେ ଏବଂ ମନ୍ଦିର ତରଫରୁ ଇଂରାଜୀ ଭାଷାରେ ସ୍ୱାକ୍ଷର କରି ପ୍ରଶାସନ କୁ ଚିଠି ଲେଖି ଜଣାଇଛନ୍ତି। ବ୍ରହ୍ମପୁର ସହର ରେ ରହି ଜିଲ୍ଲା ପ୍ରଶାସନ କୁ ଓଡ଼ିଆ ଭାଷା ରେ ଚିଠି ନଲେଖିବା ଦୁର୍ବଳ ଓ ହୀନ ମାନସିକତା ବ୍ୟକ୍ତିର ପରିଚୟ। ଏହି ଚିଠି ତେଲୁଗୁ ଭାଷା ରେ ଲେଖି ଓଡ଼ିଆ ଭାଷା ପ୍ରତି ଉପହାସ ନୁହଁ କି।
ବୁଢ଼ୀ ଠାକୁରାଣୀ ଯାତ୍ରା ପୂର୍ବରୁ ଓଡ଼ିଆ ର ସ୍ବାଭିମାନ ପ୍ରତି ଏପରି ଆହତ ନିହାତି ନିନ୍ଦନୀୟ ବୋଲି ଓଡ଼ିଆ ଭାଷା ପ୍ରେମୀ କହିଛନ୍ତି।
ବୁଢ଼ୀ ଠାକୁରାଣୀ କେବଳ ତେଲୁଗୁ ଙ୍କ ଦ ଦେବୀ ନୁହନ୍ତି।ଓଡ଼ିଆ ଙ୍କ ସହ ଛଳନା ନକରି ଆଧ୍ୟାତ୍ମିକ ଭାବାବେଗ କୁ ସମ୍ମାନ ଜଣାଇବା ପାଇଁ ପ୍ରୟାସ କରିବାକୁ ପ୍ରୟାସ ହେଉ ବୋଲି ଆଧ୍ୟାତ୍ମିକ ପ୍ରେମୀ ଓଡ଼ିଆ ଭାଷା ପ୍ରେମୀ ନିବେଦନ କରିଛନ୍ତି

nis-ad
Leave A Reply

Your email address will not be published.