ନୂଆପଡ଼ାରେ ପୁଣି କଲରାପତରିଆ ଆତଙ୍କ; ଆକ୍ରମଣରେ ୪ଟି ଗାଈ ଓ ବାଛୁରୀ ମୃତ

ନୂଆପଡ଼ା: ସଦର ବ୍ଳକ ଲୋଡ଼ରା ଗ୍ରାମରେ କଲପତରିଆ ବାଘ ଆତଙ୍କ ଦେଖାଯାଇଛି। କିଛି ଦିନ ହେଲା କଲରାପତରିଆ ପାବରତୋଲା ଓ ତରିଆ ମହୁଆଭଟା ଗ୍ରାମବାସୀଙ୍କ ନିଦ ହଜିଯାଇଛି। ମଙ୍ଗଳବାର ରାତିରେ ତରିଆ ମହୁଆଭଟା ଗ୍ରାମର ଭାଗରଥି ଭୋଇ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଛି। କିନ୍ତୁ ଏହି ସମୟରେ ଗାଈମାନଙ୍କର ଶବ୍ଦ ଶୁଣି ମାଲିକ ଉଠି ଗୁହାଳକୁ ଯାଇଥିଲେ। ହେଲେ ତାପୂର୍ବରୁ ବାଘ ପଲାଇ ଯାଇଥିବା ଶ୍ରୀ ଭୋଇ କହିଛନ୍ତି।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଆଜି ସକାଳୁ ନୂଆପଡ଼ା ରେଞ୍ଜର ଓ ଆମାନେରା ଫରେଷ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରାମରେ ଆଜିକୁ ୯ ଦିନ ହେବ ବାଘ ଆତଙ୍କ ଦେଖା ଦେଇଛି। ଏହାରି ଭିତରେ ୫ଟି ଗ୍ରାମର ୨ଟି ଗାଈ ଓ ୨ଟି ବାଛୁରୀକୁ ବାଘ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବାଘର ଆତଙ୍କରେ ପାରବତୋଲ, ତରିଆ ମହୁଆଭଟା ଗ୍ରାମର ଲୋକେ ଘରୁ ବାହାରକୁ ବାହାରୁନଥିବା ଦେଖିବାକୁ ମିଲିଛି। ଜଣେ ବ୍ୟକ୍ତି ମଧ୍ୟ ବାଘକୁ ଦେଖିଥିବା ଗ୍ରାମବାସୀ କହିଛନ୍ତି।

ପ୍ରକାଶ ଯେ ନୂଆପଡ଼ା ରେଞ୍ଜ ଅଧିନସ୍ଥ ପାବରତୋଲା ଗ୍ରାମରରେ ଆଜକୁ ୯ ଦିନ ହେବ କଲରାପତରିଆ ବାଘର ଆତଙ୍କ ଦେଖା ଦେଇଛି। ଚଳିତ ମାସ ୯ ତାରିଖ ଦିନ ମହେଶ ନାଏକଙ୍କ ବଳଦକୁ ବାଘ ନେଇ ମାରିଥିବା ଅଭିଯୋଗ ହୋଇଥିଲା। ବନବିଭାଗ ଖବର ପାଇଁ ଗାଁକୁ ପହଞ୍ଚି ତଦନ୍ତ କରିଥିଲା। ଗତ ୮ ତାରିଖ ଦିନ ତରିଆମହାଭଟା ଗ୍ରାମରୁ ଏକ ଗାଈକୁ ଓ ଆଜି ପୁଣି ପାବରତୋଲ ଗ୍ରାମରୁ ଏକ ବାଛୁରୀକୁ ନେଇ ବାଘ ମାରିଥିଲା। ବର୍ତ୍ତମାନ ଗ୍ରାମରେ ବାଘ ଭୟରେ ଚାଷୀମାନେ ଜମିକୁ ଯାଉନଥିବା ବେଳେ ଲୋକ ପିଲାଛୁଆମାନଙ୍କୁ ବାହାକରୁ ଛାଡୁନଥି ସହ ଗାଁରେ ୬ ଦିନ ହେବ ସଂପୂର୍ଣ୍ଣ ଭାବେ ବାଘ ପାଇଁ ଭୟର ବାତାବରଣ ଦେଖା ଦେଇଛି।

nis-ad
Leave A Reply

Your email address will not be published.