ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଉଦଯାପିତ, ଅଲଫା ସ୍ପୋର୍ଟିଙ୍ଗି କ୍ଲବ ବିଜୟୀ…

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆଲଫା ସ୍ପୋର୍ଟିଙ୍ଗି କ୍ଲୁବ ଆନୁକୂଲ୍ୟରେ ୧୩ ତମ ବିଜୁ ପଟ୍ଟନାୟକ ସ୍ମାରକୀ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣମେଣ୍ଟର ଉଦଯାପିତ ଅବସରରେ ଅତିଥି ଭାବେ ଭାରତୀୟ କ୍ରିକେଟର ସୌରଭ ତିୱାରୀ, ଓଡ଼ିଶାର ପୂର୍ବତନ ଅଧିନାୟକ ଗୋବିନ୍ଦ ପ୍ରଧାନ,ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧକ୍ଷ ସୁବାଷ ମହାରଣା, ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ଅର୍ବାନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ, କର୍ପୋରେଟର ସୁରେନ୍ଦ୍ର ମହାରଣା, କ୍ଲୁବ ସମ୍ପାଦକ ବି.ବିସିଂ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଏକ ଭାଇଚାରlର ଖେଳ ବୋଲି ଅତିଥି ମାନେ କହିଥିଲେ l ଆଜିର ଫାଇନାଲ ମ୍ୟାଚ ବ୍ରହ୍ମପୁର ଆଲଫା ସ୍ପୋର୍ଟିଙ୍ଗି କ୍ଲୁବ ବନାମ ରାଉରକେଲା ଅlରୱାଇସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଅଲଫା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୨0 ଓବର ମ୍ୟାଚ ଖେଳି ୮ ଉଇକେଟ ହରାଇ ୧୨୮ ରନ କରିଥିଲେ l ଦଳ ପକ୍ଷରୁ ଅଂଶୁମାନ ସାମନ୍ତ ୩୮ ବଲ ଖେଳି ୩୧ ରନ ଓ ଦିନା ଦାସ ୨୧ ବଲ ଖେଳି ୨୫ ରନ କରିଥିଲେ l ରାଉରକେଲା ପକ୍ଷରୁ ବୋଲିଙ୍ଗରେ କୁନାଲ ପଣ୍ଡା ୪ ଓବର ପକାଇ ୨୧ ରନ ଦେଇ ୩ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ରାଉରକେଲା ୨0 ଓବର ଖେଳି ୮ ଉଇକେଟ ବିନିମୟରେ ମାତ୍ର ୧୨୪ ରନ ହିଁ କରିପାରିଥିଲେ l ଦଳପକ୍ଷରୁ କୁନାଲ ପଣ୍ଡା ୧୫ ବଲ ଖେଳି ୨୪ ରନ କରିଥିଲେ l ଅଲଫା ଦଳ ପକ୍ଷରୁ ବୋଲିଙ୍ଗରେ ଦିନା ଦାସ ଓ ଦିନେଶ ରାଉତ ୪ ଓବର ଲେଖାଏ ପକାଇ ଦୁଇ ଦୁଇ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଏହି ଫାଇନାଲ ମ୍ୟାଚକୁ ଆଲଫା ସ୍ପୋର୍ଟିଙ୍ଗି ଦଳ ୪ ରନରେ ବିଜୟୀ ହୋଇଛି l ଏହି ମ୍ୟାଚରେ ମେନ ଅଫ ଦା ମ୍ୟାଚ ଆଲଫା ଦଳର ଦିନା ଦାସ ଓ ମେନ ଅଫଦା ସିରିଜ ଭାବେ ଅଲଫା ଦଳର ରୋହିତ ସାଗର ବିବେଚିତ କରାଯାଇଛି l
ଏହି ଖେଳକୁ ଆମ୍ପୟାର ଭାବେ ଆଶୁତୋଷ ପାଣି, ସୌମେନ୍ଦ୍ର ପାତ୍ର ଓ ସୁଶାନ୍ତ ପଣ୍ଡା ଖେଳକୁ ପରିଚlଳନା କରିଥିଲେ l

nis-ad
Leave A Reply

Your email address will not be published.