ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଗଞ୍ଜାମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ

ସରକାରଙ୍କ ପ୍ରତିଶୃତି ବିଫଳ, ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନକୁ ଓଲ୍ହାଇବ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ

ବ୍ରହ୍ମପୁର : ରାଜ୍ୟରେ ବିଭିନ୍ନ ବିଭାଗରେ ସ୍ୱଳ୍ପ ଦରମା ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଗତ ନଭେମ୍ବର 26 ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମ ରେ ନିଜର ବହୁଦିନ ର ସ୍ଥାୟୀ ନିଯୁକ୍ତି ଦାବୀ କୁ ନେଇ ସରକାର ଙ୍କ ଦୃଷ୍ଟି କୁ ଆଣିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଦାବିକୁ ପୂରଣ ନ କରି ଦିନ ଗଡ଼ାଇ ଚାଲିଛନ୍ତି | ଏହାକୁ ନେଇ ଆଉଟସୋର୍ସିଙ୍ଗ ମହାସଂଘ ପୁନଶ୍ଚ ସମ୍ପୂର୍ଣ୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛି | ଆଜି ଏହି କ୍ରମ ରେ ଗଞ୍ଜାମ ଜିଲ୍ଲା ରେ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ଆଉଟସର୍ସିଙ୍ଗ କର୍ମଚାରୀ ସଙ୍ଘ ରେ ପ୍ରତିନିଧି ମାନଙ୍କୁ ନେଇ ଅଭିରାମ ମିଳନ ମନ୍ଦିର ପରିସର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଗଞ୍ଜାମ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ସରକାର ଙ୍କ ଏଭଳି ଟାଳଟୁଳ ନୀତି କୁ ନିନ୍ଦା କରାଯାଇଥିଲା |ଯେ ସରକାର ଙ୍କ ପାଖରେ ବାରମ୍ବାର ଦାବୀ ସତ୍ତ୍ୱେ ଲକ୍ଷ ଲକ୍ଷ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ପ୍ରତି ଅବହେଳା ଜାରୀ ରଖିଛନ୍ତି |
ନିକଟ ଅତୀତ ରେ ସରକାର ଆଉଟସୋର୍ସିଙ୍ଗ ବ୍ୟବସ୍ଥା କୁ 5T ଓ ମୋ ସରକାର ଅଧୀନ କୁ ନେଇଥିବା ବେଳେ ଏ ପର୍ଯ୍ୟନ୍ତ ସେମିତି କିଛି ବିଧିବଦ୍ଧ ବିଜ୍ଞପ୍ତି ବାହାରି ନାହିଁ | ଅନେକ ବିଭାଗ ରେ ସର୍ଭିସ ପ୍ରୋଭାଇଡ଼ର ମାନଙ୍କ ରେ ବାର୍ଷିକ ଚୁକ୍ତି ର ଅବଧି ସରି ଆସିଥିବା ବେଳେ ଏ ପର୍ଯ୍ୟନ୍ତ ରିନୁଆଲ ହୋଇନ ପାରି ଅନେକ କର୍ମଚାରୀ ଛଟେଇ ହୋଇଛନ୍ତି I ବର୍ଷ ବର୍ଷ ଧରି କାର୍ଯ୍ୟକରି ଆସୁଥିବା କର୍ମଚାରୀ ମାନଙ୍କୁ ବିନା କାରଣ ରେ ଛଟେଇ କରାଯାଉଛି ଓ କମ ଦରମା ରେ ଅଳ୍ପ ସଂଖ୍ୟକ କର୍ମଚାରୀ ମାନଙ୍କୁ ନେଇ ଅଧିକ କାମ ଦେଇ ସରକାରୀ ଯୋଜନା କୁ ସଫଳ ରୂପାୟନ କରୁଛନ୍ତି ସର୍ବୋଚ୍ଚନ୍ୟାୟାଳୟ ଙ୍କ ସମାନ କାମ କୁ ସମାନ ଦରମା ନିର୍ଦ୍ଦେଶ କୁ ଖୋଲାଖୋଲି ଉଲଂଘନ ମଧ୍ୟ କରାଯାଉଛି |
ଏହାକୁ ନେଇ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ବିଭିନ୍ନ ବିଭାଗ ର କର୍ମଚାରୀ ମାନଙ୍କ ପ୍ରତିନିଧି ମାନଙ୍କ ନିଷ୍ପତ୍ତି କ୍ରମେ ଆଗାମୀ ମାସ କ ଭିତରେ ଯଦି ସରକାର ସ୍ଥାୟୀ ନିଯୁକ୍ତି ଦାବୀ କୁ ମାନୁ ନାହାନ୍ତି ତେବେ ସମସ୍ତ ବିଭାଗ ରେ କର୍ମଚାରୀ ମାନେ ଅନିର୍ଦ୍ଧିଷ୍ଟ କାଳ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତି ନେଇଛନ୍ତି I ଯାହାରୀ ଫଳ ରେ ସ୍ୱାସ୍ଥ୍ୟ, ପରିମଳ, ବନ, ଶିକ୍ଷା ବିଭାଗ ଓ ବିଭିନ୍ନ ବିଭାଗ ରେ ଅନିର୍ଦ୍ଧିଷ୍ଟ କାର୍ଯ୍ୟାବନ୍ଦ ଆନ୍ଦୋଳନ ଯୋଗୁଁ ଆଗାମୀ ଦିନରେ ସାଧାରଣ ଲୋକେ ନନାଦିଅସୁବିଧା ରେ ସମ୍ମୁଖୀନ ହେବେ |
ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଆବାହକ ପ୍ରତାପ ପ୍ରଧାନ,ମହାସଂଘ ରେ ଉପଦେଷ୍ଟା ଭାଲଚନ୍ଦ୍ର ଷଡ଼ଙ୍ଗୀ,ବିନାୟକ ପତି, ଜୟରାମ ରାଓ, ରମେଶ ରାଓ, ନିରଞ୍ଜନ ଦାସ, ପ୍ରଶାନ୍ତ ପରିଛା, ଉତ୍ତମ ନାୟକ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ ମହାରଣା, ବିଜୟ ମଲିକ, ସୁନୀଲ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.