ମୃତ ବ୍ୟକ୍ତିଙ୍କ ଟଙ୍କା ହଡ଼ପ ଘଟଣାରେ ଛୋଟ ମାଛ ପରେ ବଡ଼ ମାଛ ମଧ୍ୟ ହରଡ଼ଘଣାରେ
ମାଲକାନଗିରି/କୁଡୁମୁଲୁଗୁମ୍ମା : ଜଙ୍ଗଲ ବିଭାଗରେ ହୋଇଥିବା ଏକ ଅତ୍ୟନ୍ତ ଅମାନବୀୟ ଦୁର୍ନୀତି ଘଟଣାର ଖବର ନିସର୍ତ୍ତ ପୋର୍ଟାଲରେ ପ୍ରକାଶ ପାଇବା ପରେ ସଂପୃକ୍ତ ବିଭାଗ ପକ୍ଷରୁ ପ୍ରଥମେ ଫରେଷ୍ଟର ଓ ପରେ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଛି | ସୂଚନାଯୋଗ୍ୟ କେନ୍ଦୁ ପତ୍ର ବିଭାଗରେ ଚଂଚକତା କରି ଦୀର୍ଘ ଦିନରୁ ଆଦିବାସୀଙ୍କ ଆର୍ଥିକ ଶୋଷଣ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକଙ୍କ ନିଲମ୍ବନ ମଧ୍ୟରେ ରହି ନାହିଁ ତଦନ୍ତ ପ୍ରକ୍ରିୟା । ନିମ୍ନ ଶ୍ରେଣୀ ପରେ ପରେ ଉପରସ୍ଥ ଅଧିକାରୀ ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ଓ ନିଲମ୍ବିତ । ଅର୍ଥାତ୍ ରେଞ୍ଜର ଭାପ୍ରାପ୍ତ ଫରେଷ୍ଟ ରେଞ୍ଜ ଅଧିକାରୀ ମଧ୍ୟ ବର୍ତ୍ତମାନ ନିଲମ୍ବିତ । ଅଫିସ୍ କାର୍ଯ୍ୟାଦେଶ ସଂଖ୍ୟା ୭୯/୧୦.୦୩.୨୦୨୩ ଆଧାରରେ ଶ୍ରୀ ନାୟକଙ୍କୁ ନିଲମ୍ବିତ କରାଯାଇଥିବା ଖଣ୍ଡୀୟ ବନ ଅଧିକାରୀ ଜୟପୁରଙ୍କ ଦାପ୍ତରରୁ ସୂଚନା ମିଳିଛି । ତଦନ୍ତର ଏହି ଗୋଟିଏ ପରେ ଗୋଟିଏ ସୋପାନରେ ବର୍ତ୍ତମାନ ଅଧିକାରୀ ମାନଙ୍କ ପାଖରେ ତଦନ୍ତ । ଦେଖିବାକୁ ଅପେକ୍ଷା ରହିଲା ଯେ ଏହି ଶୋଷଣ ପ୍ରକ୍ରିୟାରେ ପରେ ପରେ କେଉଁ ଅଧିକାରୀଙ୍କ ପାଳି ଆସୁଛି । ପ୍ରକାଶ ଥାଉ କି ଉକ୍ତ ଘଟଣାକୁ ନେଇ ପଦ୍ମିନୀ ପଟ୍ଟନାୟକଙ୍କ କହିବା ମୁତାବକ ଅନେକ ଅଧିକାରୀ ଏହି ଲୁଟ୍ ପ୍ରକ୍ରିୟାରେ ସାମିଲ ରହିଥିଲେ । ତେବେ ତଦନ୍ତର ମୋଡ଼ ଆଗାମୀ ସମୟରେ ନିଶ୍ଚିତ ଭାବେ ହିତାଧିକାରୀଙ୍କୁ ଲୁଟ୍ ଓ ଶୋଷଣରେ ଲିପ୍ତ ରହିଥିବା ପ୍ରତ୍ୟେକ ଅଧିକାରୀଙ୍କ ଅସଲ ଚେହେରା ସାମ୍ନାକୁ ନିଶ୍ଚିତ ଆସିବ ବୋଲି କୁହାଯାଇପାରେ ।
ଘଟଣାରୁ ଜଣାପଡ଼ିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତତ୍କାଳୀନ କୁଡ଼ୁମୁଲୁଗୁମ୍ମା ବ୍ଲକ୍ ନିକଟସ୍ଥ କେନ୍ଦୁ ପତ୍ର ବିଭାଗରେ ଯାହା କି ବାଲିମେଳା ବନାଞ୍ଚଳ ଅଧୀନରେ ରହି କାମ କରି ଆସୁଛି । ସରକାରୀ ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳୀ ମାନଙ୍କ ସ୍ଵାଭାବିକ ମୃତ୍ୟୁହେଉ ଅବା ଦୁର୍ଘଟଣା ଜନିତ ମୃତ୍ୟୁ ପରେ ପରିବାର ବର୍ଗଙ୍କ ମଧ୍ୟରୁ ମନୋନୀତ ବ୍ୟକ୍ତି ହିଁ ପ୍ରକୃତ ହିତାଧିକାରୀ ହେବେ ଯିଏ ସରକାରଙ୍କ ତରଫରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପାଇବାରେ ସକ୍ଷମ ହେବେ କିନ୍ତୁ ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଚଢ଼େଇଗୁଡ଼ା, ବୁଟିଗୁଡ଼ା କଲୋନୀ , କୁଡୁମୁଲୁଗୁମ୍ମା , ଜାମୁଗୁଡ଼ା ତଥା ପୁଜାରୀଗୁଡ଼ା ଭଳି ଅନେକ ଆଦିବାସୀ ପ୍ରବଣ ଅଞ୍ଚଳରୁ ଜନ ସାଧାରଣଙ୍କ ଚେତନତା ଅଭାବ ଏବଂ ଶିକ୍ଷା ଅଭାବର ଭରପୁର ଫାଇଦା ଉଠାଇବା ଦିଗରେ ସକ୍ଷମ ହୋଇଛନ୍ତି ଜଙ୍ଗଲ ବିଭାଗର ମହିଳା କର୍ମଚାରୀ ପଦ୍ମିନୀ ପଟ୍ଟନାୟକ । ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ସର୍ବନିମ୍ନ ୩୦,୦୦୦/- ଟଙ୍କା ଠାରୁ ଆରମ୍ଭ କରି ସର୍ବାଧିକ ୪୦,୦୦୦/- ଟଙ୍କା ପର୍ଯ୍ୟନ୍ତ ପଇସା ଅସୁଲ କରିଛନ୍ତି । ଯେଉଁ ବାବଦରେ ବୁଦ୍ରୀ ଡ଼ଲା, ସମାରୀ ଦୋରା, ଲଖନ ବଡନାୟକ, ମୋହନ ସିଂ ଙ୍କ ଭଳି ହିତାଧିକାରୀମାନେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ ।
ତେବେ ହିତାଧିକାରୀଙ୍କ ଠାରୁ ହୋଇଥିବା ଏହି ଲୁଟ୍ ଘଟଣାର ସତ୍ୟାସତ୍ୟ ବାବଦରେ ସମ୍ପୃକ୍ତ ମହିଳା କର୍ମଚାରୀ ପଦ୍ମିନୀ ପଟ୍ଟନାୟକ ଙ୍କୁ ପଚାରିବା ପୂର୍ବରୁ ହିଁ କିଭଳି ନାଟକୀୟ ଢଙ୍ଗରେ ଉକ୍ତ ମହିଳା କର୍ମଚାରୀ ଜଣକ ହିତାଧିକାରୀ ସମାରି ଦୋରା ଓ ତାଙ୍କ ପୁଅ କୃଷ୍ଣ ଦୋରାଙ୍କୁ ଅଫିସ୍ ପରିସରକୁ ଡ଼ାକି ମିଥ୍ୟା ପ୍ରମାଣ ତିଆରି ନିମନ୍ତେ ସେମାନଙ୍କୁ ମିଛ କହିବାକୁ ବାଧ୍ୟ କରିଥିଲେ । ସମୃକ୍ତ ବନବିଭାଗ କର୍ମଚାରୀ ପ୍ରଥମେ ସଫେଇ ଦେଇ କହିଲେ ଯେ ସେମାନଙ୍କ ତରଫରୁ କାହାଠାରୁ କୌଣସି ଆର୍ଥିକ ଶୋଷଣ କରାଯାଇ ନାହିଁ । କିନ୍ତୁ ପରେ ପରେ ସ୍ଵୀକାର ମଧ୍ୟ କରିଲେ ଯେ ସେମାନଙ୍କ ଠାରୁ ପଇସା ଅଣାଯାଇଥିଲା ଯେଉଁଥିରେ ତାଙ୍କ ସମେତ ସମ୍ପୂର୍ଣ୍ଣ ବିଭାଗର ଅନେକ ଅଧିକାରୀଙ୍କ ପକେଟକୁ ମଧ୍ୟ କିଛି କିଛି ଅଂଶ ପହଞ୍ଚିଛି । ଏହି କଥା କହିବା ସମୟରେ କିନ୍ତୁ ଅଧିକାରୀ ଜଣକ ବାରମ୍ବାର ରେକର୍ଡିଂ ହେଉନାହିଁ ତ ବୋଲି ବାରମ୍ବାର ଗୁରୁତ୍ୱାରୋପ କରିଥିଲେ । ଏହା ଛଡ଼ା ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ତରଫରୁ ସବୁ ସ୍ଥାନରେ ମୁନସୀ ନିୟୋଜିତନ ହୋଇଥିବାରୁ ବେସରକାରୀ ଭାବେ ରହିଥିବା ବ୍ୟକ୍ତି ମାନଙ୍କ ଶୋଷଣ ଓ ଦୌରତ୍ମ୍ୟ ଖୁବ୍ ପରିମାଣରେ ରହିଥିବା ମଧ୍ୟ କହିଥିଲେ । କେତେକ ସ୍ଥଳେ ହିତାଧିକାରୀ ମାନଙ୍କ ଆବେଦନ ପତ୍ରକୁ ଉପରିସ୍ଥ ଅଧିକାରୀ ଫେରାଇ ଦେଉଥିଲେ ଏବଂ ଉକ୍ତ ହିତାଧିକାରୀଙ୍କ ଠାରୁ ପଇସା ଆଣି ସେହି ବାବୁ ମାନଙ୍କୁ ମଧ୍ୟ ଦେବାକୁ ପଡ଼ୁଥିବା କହିଛନ୍ତି ।
ଏହି ଖବର ଗଣମାଧ୍ୟମ ରେ ପ୍ରକାଶ ହେବାପରେ କେନ୍ଦୁପତ୍ର ବିଭାଗ ର ମୁଖ୍ୟ (DFO) ତ୍ୱରିତ ପଦକ୍ଷେପ ନେଇ ବିଭାଗୀୟ ଆଦେଶ ନାମା ଚିଠା ସଂଖ୍ୟା:- ୭୮ ବଳରେ ପ୍ରଥମେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକଙ୍କୁ ଓ ପରେ ରେଞ୍ଜ ଅଧିକାରୀ ଦୁର୍ଗାପ୍ରସାଦ ନାଏକ ଙ୍କୁ ଚିଠା ସଂଖ୍ୟା:- ୭୯ ତା ୧୦-୦୩-୨୦୨୩ରିଖ ଅନୁସାରେ ନିଲମ୍ବନ କରିବା ସହ ନିଜେ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିବା ସୂଚନା ମିଳିଛି | ଘଟଣାରେ ସମ୍ପୃକ୍ତ ଅନ୍ୟ ଅଧିକାରୀ କେହି ସାମିଲ ଅଛନ୍ତି କି ନାହିଁ ସେ ବାବଦରେ ଅଧିକ ତଦନ୍ତ ପାଇଁ ଏକ ସ୍ୱାଧୀନ କମିଟି ବାବଦରେ ନବରଙ୍ଗପୁର କେନ୍ଦୁପତ୍ର ବିଭାଗକୁ ଦାୟିତ୍ୱ ଦିଆଯାଇଛି ।