ଦୁଇ ବାଇକ ଚୋର ଗିରଫ ଓ କୋର୍ଟ ଚାଲାଣ…

ଦାରିଙ୍ଗବାଡ଼ି, ୬/୩ : ଦାରିଙ୍ଗବାଡ଼ି ପୋଲିସ ଦୁଇ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋର ଦୁଇ ଜଣ ହେଲେ ଦାରିଙ୍ଗବାଡ଼ି ଥାନା ବାଇମାଲା ଅଞ୍ଚଳ ପାଣ୍ଡାଗାଡୁ ଗ୍ରାମର ମିଥୁନ ଦିଗାଳ(୩୦) ଅନ୍ୟ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ ପୁଡ୍ରାଜଲା ଗ୍ରାମର ରାଜା ପ୍ରଧାନ (୨୨) ବୋଲି ଜଣା ପଡ଼ିଛି। ସୂଚନା ପ୍ରକାରେ ଦୁହେଁ ମିଶି ପ୍ରଥମେ ପଟାଙ୍ଗି ଗ୍ରାମର ହିରୋ ଏଚ୍.ପି .ଡିଲକ୍ସ ବାଇକ ତିନି ମାସ ପୂର୍ବେ ଚୋରି କରିଥିଲେ ।ଏହାକୁ ନେଇ ଗାଡ଼ି ମାଲିକ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲେ । ପୁଣି ଏକ ମାସ ପୂର୍ବେ OD12D3515 ହିର ସିଡି.ଡିଲକ୍ସ ବାଇକ୍ ଚୋରି କରି ଥିଲେ । ଏହାକୁ ନେଇ ଗାଡ଼ି ମାଲିକ ବ୍ରାହାସାଲକା ଗ୍ରାମର ରମେଶ ପ୍ରଧାନ ଫେବୃଆରୀ ୨ ତାରିଖ ଦିନ ଦାରିଙ୍ଗବାଡ଼ି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ପୋଲିସ ଖୋଜା ଖୋଜି କରି ଗାଡ଼ି କୁ ସ୍ତାନୀୟ ଅଞ୍ଚଳରୁ ଠାବ କରିଥିଲେ । ଏନେଇ ଆଜି ଦାରିଙ୍ଗବାଡ଼ି ଥାନା ରେ ଦୁଇଟି ପୃଥକ ପୃଥକ ମାମଲା ୩୮/୨୩ ଏବଂ ୨୧୧/୨୨ ରେ ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.