ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୩ ଗୁରୁତର…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଏହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ସକାଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ପ୍ରାଣହାନି ଘଟିଛି। ଏହାଛଡ଼ା ୩ ଗୁରୁତର ଥିବା ଜଣାଯାଇଛି। ଗୁରୁତରମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲିକ ହଟ ବେହେରାଙ୍କ ପାଇଁ  ମୃତାହତମାନେ ବାଣ ପ୍ରସ୍ତୁତ କରୁଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାର ପ୍ରୟାସ ଜାରି ରଖିଛନ୍ତି। ତେବେ ଇତିମଧ୍ୟରେ ଉକ୍ତ ଅଞ୍ଚଳର ୪ଟି ଘର ପୋଡ଼ିଯାଇଥିବାର ଖବର ମିଳିଛି। ତେଣେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଓ ଟାଙ୍ଗୀ ଥାନା ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ବି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଛି। ଏଠାରେ ଆସନ୍ତାକାଲି ଦୋଳ ମେଳଣ ସମୟରେ ବାଣପର୍ବ ଅନୁଷ୍ଠିତ ହେବାର ଥିଲା। ଏହି କାରଣରୁ ବହୁ ସଂଖ୍ୟରେ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି। ପୁଲିସର ଜାଣତରେ ଏଭଳି ବାଣ ତିଆରି ହେଉଥିଲା ବୋଲି ଅଭିଯୋଗ ହୋଇଛି।

nis-ad
Leave A Reply

Your email address will not be published.