ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ ସଶକ୍ତିକରଣ କର୍ମଶାଳା


ସୁନ୍ଦରଗଡ଼ (୦୫/୦୩) : ଆଜି ଜିଲ୍ଲା ସଭାପତି ତଥା ବିଧାୟକ ତଳସରା ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ତଳସରା ନିର୍ବାଚନ ମଣ୍ଡଳୀର ବାଲିଶଙ୍କରାସ୍ଥିତ ସୁଖା ଶିବ ମନ୍ଦିର ଠାରେ ବିଧାନସଭାସ୍ତରୀୟ ବୁଥ ସଶକ୍ତିକରଣ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳାରେ ମୂଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ଦୁର୍ଗାଚରଣ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଟେଲ, ବଟକିଶୋର ମିଶ୍ର ,ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଉପାଧ୍ୟକ୍ଷ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଅମୀର ନାଏକ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକକୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବିଚନ୍ଦ୍ର ପଟେଲ ପରିଚାଳନା କରିଥିଲେ ।

ମୁଖ୍ୟ ଅତିଥି ସାଂସଦ ଶ୍ରୀ ଓରାମ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବୁଥ ସ୍ତରରେ ଦଳର ସଂଗଠନର ସ୍ଥିତିକୁ ସୁଦୃଢ଼ କରିବା ପାଇଁ କିଭଳି ରଣନୀତି ପ୍ରସ୍ତୁତ କରିବେ ସେହି ବିଷୟରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଟେଲ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।ଅନ୍ୟ ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଗରିବ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ ଯୋଜନା ବିଷୟରେ ଅବଗତ କରିବା ସହିତ ଲୋକଙ୍କ ନିକଟକୁ ଯାଇ ବାର୍ତ୍ତା ପହଞ୍ଚେଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ତଳସରା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପଦାଧିକାରୀ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜିଲ୍ଲା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଜିଲ୍ଲା ମୋର୍ଚ୍ଚା ସଭାପତି ବିଧାନସଭା ପ୍ରଭାରୀ ରାଜ୍ୟ ମୋର୍ଚ୍ଚା ସଂଯୋଜକ ମଣ୍ଡଳ ସଭାପତି ମଣ୍ଡଳ କାର୍ଯ୍ୟକାରୀ ସଭାପତି ମଣ୍ଡଳ ପ୍ରଭାରୀ ଶକ୍ତିକେନ୍ଦ୍ର ପ୍ରମୁଖ ସହ ପ୍ରମୁଖ ଓ ଶକ୍ତିକେନ୍ଦ୍ର ପ୍ରଭାରୀ ପ୍ରମୁଖ ସାମିଲ ହୋଇଥିଲେ।

nis-ad
Leave A Reply

Your email address will not be published.