କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଦ୍ୱିବାର୍ଷିକୀ ସମ୍ମିଳନୀ ଓ ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମୁଲତବୀ ହୋଇ ରହିଥିବା ଦ୍ୱିବାର୍ଷିକୀ ସମ୍ମିଳନୀ ଓ ନିର୍ବାଚନ ସଂଘର ସଭାପତି ରାଜକିଶୋର ବେହେରାଙ୍କ ସଭାପତିତ୍ବରେ ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର କୋଟଗଡ, ତୁମୁଡିବନ୍ଧ, ରାଇକିଆ, ଦା ରିଙ୍ଗବାଡି, ଜି.ଉଦୟଗିରି, ନୂଆଗାଁ, ଚକାପାଦ , ଖଜୁରୀପଡା, ଫିରିଙ୍ଗିଆ, ଟିକାବାଲି, ଲାଇନପଡା ପଞ୍ଚାୟତ ଓ ସାରଙ୍ଗଡ ପଞ୍ଚାୟତରୁ ୩୩୭ ଜଣ ସଭ୍ୟସଭ୍ୟା ଆସି ସମ୍ମିଳନୀରେ ଭାଗ ନେଇଥିଲେ । ସଭାରେ ଦାରିଙ୍ଗବାଡି ସଂଘର ସଭାପତି ରମେଶ ଚନ୍ଦ୍ର ସାହୁ ମୁଖ୍ୟଅତିଥି ଦାୟିତ୍ବ ତୁଲାଇଥିଲେ । ସଂଘ ବିରୋଧୀ ଓ ଅଶାନ୍ତି ସୃଷ୍ଟି କରୁଥିବା ୫ ଜଣ ସଭ୍ୟଙ୍କୁ ସଂଘରୁ ବହିଷ୍କାର କରିବା ପାଇଁ ଗୃହ ନିଷ୍ପତ୍ତି ନେଇଥିଲା । ଅନ୍ୟାନ୍ୟ ନିଷ୍ପତ୍ତି ଗୁଡିକ ହେଲା – କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ସହରକୁ ସୌନ୍ଦର୍ଯ୍ୟକରଣ, ଜିଲ୍ଲାର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ,ବ୍ରହ୍ମପୁର- ସମ୍ବଲ ପୁର ରେଳଲାଇନ କାର୍ଯ୍ୟକୁ ତ୍ବରାନ୍ବିତ କରିବା, ଜିଲ୍ଲାର ପ୍ରତ୍ୟେକ ସ୍କୁଲ କଲେଜରେ ଆବଶ୍ୟକୀୟ ଷ୍ଟାଫର ନିଯୁକ୍ତି, ଜିଲ୍ଲାର ପ୍ରତି ମେଡିକାଲରେ ଆବଶ୍ୟକୀୟ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ନିଯୁକ୍ତି, ହେଡକ୍ୱାଟର ମେଡିକାଲରେ ECO, ECG ଓ TMT ସହ ଅଲଟ୍ରାସାଉଣ୍ଡର ବ୍ୟବସ୍ଥା କରିବା ଓ T3, T4 ଓ TSH ପରୀକ୍ଷାକୁ ଚାଲୁ ରଖିବା, ବ୍ଲକ, ସବଡିଭିଜନ ଓ ଜିଲ୍ଲା ହେଡକ୍ୱାଟରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ର ଖୋଲିବା ଦାବିରେ ଗୃହର ସମସ୍ତ ବରିଷ୍ଠ ନାଗରିକ ଯଥା ଶୀଘ୍ର ଏହାର ପଦକ୍ଷେପ ପାଇଁ ଏକ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ନିର୍ବାଚନ ଅଫିସର ରୂପେ ବରିଷ୍ଠ ଆଡଭୋକେଟ୍ ପ୍ରତାପ ପାତ୍ର, ଆଡଭୋକେଟ୍ ସତ୍ୟନାରାୟଣ ବେହେରା ଓ ଶ୍ରୀ ଶ୍ୱେତବାନ୍ ପୂଜାରୀ କାର୍ଯ୍ୟ ତୁଲାଇଥିଲେ । ସୁଖର କଥା ଯେ ସମସ୍ତ କର୍ମକର୍ତ୍ତା ନିର୍ଦ୍ଵନ୍ଦରେ ବିଜୟ ଲାଭ କରିଥିଲେ l ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସର୍ବେଶ୍ୱର ମିଶ୍ର ଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଅଚ୍ୟୁତାନନ୍ଦ କହଁର ଓ ପ୍ରମୋଦ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ, ସଂଗଠନ ସମ୍ପାଦକ, ପ୍ରସନ୍ନ କୁମାର ସାହାଣୀ ସହ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, କୋଷାଧ୍ଯକ୍ଷ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖଙ୍କୁ ଚୟନ କରାଯାଇଛି l ସେହିପରି କାର୍ଯ୍ୟନିର୍ବାହୀ ସଭ୍ୟବୃନ୍ଦ ମୋଚିରାମ ମିଶ୍ର, ପ୍ରଭାକର ପାଳ, ବସନ୍ତ କୁମାର ଦାଶ
କେ. ଲକ୍ଷ୍ମୀନାରାୟଣ ଦୋରା, କାମ ବେହେରା, ବାଲୁଙ୍କେଶ୍ବର ମହାନ୍ତି, ଇଂ. ବଦ୍ରୀ ନାରାୟଣ ପାତ୍ର ଉପଦେଷ୍ଟା ମଣ୍ଡଳୀ ଭାବେ ଲଢ଼ୁ କିଶୋର ଆଚାର୍ଯ୍ୟ,
ରାଜକିଶୋର ବେହେରା, ବସନ୍ତ କୁମାର ବେହେରା ରବି ନାରାୟଣ ସୁବୁଦ୍ଧି, ବାସୁଦେବ ପ୍ରହରାଜ, କାଶୀନାଥ ମହାରଣା ପ୍ରମୂଖ ଙ୍କୁ ଚୟନ କରାଯାଇଛି l

nis-ad
Leave A Reply

Your email address will not be published.