ଦଳୀୟ କନ୍ଦଳ ଯୋଗୁଁ ବିଜୁ ଜନ୍ମଜୟନ୍ତୀ ପାଳନ ଫିକା ପଡିଲା…

ମାଲକାନଗିରି,୦୫/୪ : ଆଜି ସାରା ଓଡିଶା ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀକୁ ଧୁମଧାମରେ ପାଳନ କରିବାକୁ ଖୋଦ ସଭାପତି ନବୀନ ପଟ୍ଟନାୟକ ଆହ୍ଵାନ ଦେଇଥିବା ବେଳେ ସାରା ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଧୁମଧାମରେ ପାଳନ ହୋଇଥିବା ବେଳେ ମାଲକାନଗିରି ଠାରେ ସେଭଳି କିଛି ହୋଇନଥିଲା । ଜିଲା ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପଣ୍ଡା ଓ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ସଫଳ କରିବାକୁ ଦଳ ଦାୟିତ୍ୱ ଦେଇଥିବା ବେଳେ ସକାଳୁ ନା ପ୍ରଭାତ ଫେରି, ସାଇକେଲ ରାଲି କିଛି ହୋଇନଥିଲା । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂସ୍କୃତି ଭବନରେ ମିଟିଙ୍ଗ ଆୟୋଜନ କରିଥିଲେ । ସଦର ମହକୁମା କିମ୍ବା ସଂସ୍କୃତି ଭବନ ନିକଟରେ କୌଣସି ବିଜୁ ଜନତା ଦଳର ହୋଡିଂ ,ପତାକା କିଛି ଦେଖା ନଥିଲା ।

ଦିନ୧୨ ଟା ପଯ୍ୟନ୍ତ ମାତ୍ର ୫୦/୬୦ଜଣ ଥିବା ବେଳେ ଗୋଟେ ବେଳକୁ ୧୦୦/୧୫୦ କର୍ମୀ ଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି, ଜିଲା ମହିଳା ପର୍ଯ୍ୟବେକ୍ଷକ ଲୋରା ମହାପାତ୍ର ପୂର୍ବତନ ବିଧାୟକ ମାନସ ମାଡକାମୀ, ଉପେଦେଷ୍ଟା ରାଜେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଫିକାଫିକା ରେ କାଯ୍ୟକ୍ରମ ହୋଇଥିଲା । ହଜାର ଲୋକଙ୍କ ପାଇଁ ଖାଇବା ହୋଇଥିଲେ ବି ୧୫୦ ଜଣ ଭିତରେ ଖାଇଥିଲେ। ବଳକା ଖାଦ୍ୟ ବି ନଷ୍ଟ ହୋଇଥିଲା । ବର୍ତ୍ତମାନ ପ୍ରସିଦ୍ଧ ବଡ ଯାତ୍ରା ହେଉଥିବା ବେଳେ ବିଭିନ୍ନ ଆଡୁ ପ୍ରବଳ ଭକ୍ତ ଭିଡ ହେଉଥିବା ବେଳେ ବିଜେଡି ତା କାଯ୍ୟକ୍ରମ କୁ ଆଜି ସମସ୍ତ ପାଖରେ ଭଲରେ ପହଞ୍ଚାଇ ପାରିଥାନ୍ତା ବୋଲି ଜଣେ ବିଜେଡି ନେତା ନାମକୁ ଗୋପନ ରଖି କହିଛନ୍ତି ।

ଏଥିସହ ଆଉରି କହିଛନ୍ତି ଏହି ଗୋଷ୍ଠୀ ଦଳରେ ରହି କାହାକୁ ଆଗକୁ ଉଠିବାକୁ ଦିଅନ୍ତି ନାହିଁ ତାଙ୍କ ପାଇଁ ଦଳ ବହୁତ ପୂର୍ବରୁ ବହୁତ କିଛି ହରେଇଛି । ନବୀନ ବାବୁଙ୍କୁ ଜନତା ଭଲ ପାଉଥିବା ବେଳେ ଏମାନଙ୍କ ପାଇଁ ବିଗତ ବିଧାୟକ ଓ ପଂଚାୟତ ନିର୍ବାଚନରେ ବହୁତ କ୍ଷତି ସହିଛି । ଚଳିତ ପଂଚାୟତ ନିର୍ବାଚନରେ ଦଳ ପ୍ରଣବ ପ୍ରକାଶ ଦାସ ସାଂଗଠନିକ ସମ୍ପାଦକ, ପ୍ରକାଶ ମହାନ୍ତି ସିଧାସଳଖ ବ୍ଲକ ପଂଚାୟତ ର ନେତା କର୍ମୀ ଙ୍କୁ ମିଶିବା ସହ ଭିଡିଓ କଲିଂ ରେ କଥା ଓ ସମସ୍ତ ନେତାଙ୍କୁ ସମାନ ଦେଖିଥିବାରୁ ସଫଳ ହୋଇଥିଲା।ଏମାନଙ୍କ ମୁହଁ ଦେଖି ଜନତା ଭୋଟ ଦେଇବାହାନ୍ତି।ଦଳ ପୁଣି ଜିଲା ସ୍ତରରେ ଏହି ପୁରୁଣା ନେତାଙ୍କୁ ନେଇ ଚାଲୁଛି।ଫଳରେ ଯେଉଁ ନେତା ମାନେ ବବି ଦାସ ର ଅନୁପ୍ରଣିତ ହୋଇ ଦଳରେ କାଯ୍ୟକରି ସମସ୍ତ ସଭା ସମିତି କୁ ସାଫଲ୍ୟ କରିଥିଲେ।ସେ ନେତା ମାନେ ଆଜି ଦେଖା ଯାଇନଥିଲେ।ଦଳରେ କିଛି କନ୍ଦଳ ଚାଲୁଥିବା ଆଜି ଫିକା ପୋଗ୍ରାମ ରୁ ଜଣା ପଡୁଥିଲା।ଆଗାମୀ ଦିନରେ ଯଦି ଏଇ ନେତା ମାନଙ୍କ କଥାରେ ଦଳ ଚାଲିବ।ବହୁ ନେତା ନିରବ ରହି ଯିବେ।ଫଳରେ ଦଳ ପୁଣି ପୂର୍ଵସ୍ତନକୁ ଚାଲିଯିବ ବୋଲି ରାଜନ୍ୟତିକ ବିଶେସଂଜ୍ଞା ମତ ଦେଇଛନ୍ତି।

ସେପଟେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରେ ଚିତ୍ରକୋଣ୍ଡା ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ବରପୁତ୍ର, ମହାନ୍ ଜନନାୟକ, ସ୍ବାଧିନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାଇକେଲ ଶୋଭାଯାତ୍ରା ଗୋବିନ୍ଦପାଲି ଠାରୁ ମାଥିଲି ପର୍ଯ୍ୟନ୍ତ ଅନୁଷ୍ଠିତ ହେଇଥିଲା।ଏହି ସାଇକେଲ ଶୋଭାଯାତ୍ରା କୁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ବିଜୁ ଜନତା ଦଳର ରାଜ୍ୟ ନେତୃବୃନ୍ଦ ଓ ନିର୍ବାଚନ ମଣ୍ଡଳୀର ବିଜୁ ପ୍ରେମୀ,ଦଳୀୟ ନେତୃବୃନ୍ଦ,ଯୁବ ଓ ଛାତ୍ର ଟିମ ର କର୍ମକର୍ତ୍ତାଙ୍କ ସହ ସାଧାରଣ ଜନତା ଉପସ୍ଥିତ ରହି ବିଜୁ ବାବୁଙ୍କ ସାହସିକତା ବିଷୟରେ ସ୍ମୃତି ଚାରଣ କରିବା ସହ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

nis-ad
Leave A Reply

Your email address will not be published.