ଟିକାବାଲି ପ୍ରାଥମିକ ଶିକ୍ଷକସଂଘର ବାର୍ଷିକ ଉତ୍ସବ…

ଫୁଲବାଣୀ : ଟିକାବାଲି ବସଷ୍ଟାଣ୍ଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଟିକାବାଲି ମିଳିତ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ସଂଘର ପରିଚାଳନା କମିଟିର ଶୂନ୍ୟ ସ୍ଥାନ ଥିବା ପଦବୀ ପୂରଣ କରାଯାଇଥିଲା l ଉପସଭାପତି ପଦବୀ ପାଇଁ ସୁପ୍ରଭା ପାତ୍ର, ସଂଯୋଜକ ରୂପେ ଉଗ୍ରେସେନ ପ୍ରଧାନ, ସହ ସଂଯୋଜକ ରୂପେ ଲାଲମୋହନ କହଁରଙ୍କୁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମର୍ଥନ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସଭାପତି କିଶୋର କହଁର, ସମ୍ପାଦକ ସମରେନ୍ଦ୍ର ଦାସ, ଚକାପାଦ ମିଳିତ ସଂଘ ସଭାପତି, ଦିତିକୃଷ୍ଣ ମାଝୀ ଙ୍କ ସହ ଜିଲ୍ଲାର ଅନେକ ବରିଷ୍ଠ ନେତୃଗଣ ଉପସ୍ଥିତ ହୋଇଥିଲେ l ସଂଘକୁ ଜିଲାରେ ସର୍ବଦା କିପରି ଦୃଢ଼ କରିବା ଓ ଏନପିଏସ ଶିକ୍ଷକଙ୍କ ସମସ୍ୟା ସମ୍ବନ୍ଧରେ ରେ ସମ୍ପାଦକ ସମରେନ୍ଦ୍ର ଦାସ ମତପ୍ରକାଶ କରିଥିଲେ l ଏହାପରେ ଏନପିଏସ ଶିକ୍ଷକ ଙ୍କ ତରଫରୁ ପବିତ୍ର ସାହୁ ରାଜ୍ୟ ତଥା ଜିଲ୍ଲା ଏନପିଏସ ସଂଗଠନ ର ଆଭିମୁଖ୍ୟ ବିଷୟରେ ବିଶେଷ ଆଲୋଚନା କରିଥିଲେ l ସେଥିମଧ୍ୟରୁ ଜିଲ୍ଲା ସଂଗଠନ ପ୍ରକାରେ ମାସ ଲିଭ ଅଥବା ସମୂହ ଛୁଟି, କଳା ବ୍ୟାଚ ପରିଧାନ,3 ଟି ସି ଏଲ ବିଷୟରେ ଆଲୋଚନା ହୋଇଥିଲା l ଏଥିରେ ଉପସ୍ଥିତ ଥିବା ସମସ୍ତ ଏନ ପି ଏସ ଶିକ୍ଷକ ସହମତି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସଭାପତି ମଧୁସୂଦନ ବେହେରା, ଉପସଭାପତି ମନୋଜ ଦିଗାଲ, ସମ୍ପାଦିକା ଲତାଞ୍ଜଳି ମହାନ୍ତି, ଯୁଗ୍ମ ସମ୍ପାଦକ ଅରବିନ୍ଦ ମହାପାତ୍ର ସହ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ l

nis-ad
Leave A Reply

Your email address will not be published.