ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍, ସ୍ମାର୍ଟ ଫୋନ୍ ଓ ଜେଜି ପ୍ଲେୟାର ବଣ୍ଟନ…

ଛତ୍ରପୁର : ସମସ୍ତ ଶିଶୁଙ୍କର ସ୍ବତନ୍ତ୍ରତାକୁ ଅନୁଧ୍ୟାନ କରି ଶ୍ରେଣୀ ଗୃହରେ ଉପଯୁକ୍ତ ସୁଯୋଗ ଏବଂ ଅନ୍ତର୍ନିବେଶୀ ପରିବେଶ ସୃଷ୍ଟିକରି ଶିଶୁ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ସାଇଟସେଭର୍ସ ତରଫରୁ ଅଭିନବ ପ୍ର ୟାସ କରାଯାଉଛି । ତନ୍ମଧ୍ୟରୁ ଦୃଷ୍ଟିବାଧିତ ଶିଶୁ ମାନଙ୍କୁ ପ୍ରଯୁକ୍ତି ବିଦ୍ୟା ସହାୟତା ଉପକରଣ ମାଧ୍ୟମରେ ଶିକ୍ଷାଦାନ କରିବା ଅନ୍ୟତମ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ପରିସରରେ ୩ ତାରିଖ ଶୁକ୍ରବାର ଦିନ ଦୃଷ୍ଟି ବାଧିତ ଶିକ୍ଷାର୍ଥୀ ମାନଙ୍କୁ ପ୍ରଯୁକ୍ତି ବିଦ୍ୟା ସହାୟକ ଉପକରଣ ବଣ୍ଟନ ଓ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ୪୦ ଜଣ ଦୃଷ୍ଟି ବାଧିତ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ସାଇଟସେଭର୍ସ ସାଧନକର୍ମୀ ଓ ସମଗ୍ର ଶିକ୍ଷାର ସାଧନ କର୍ମୀ ଗଞ୍ଜାମ ଜିଲ୍ଲାର ଗ୍ରାମ ଓ ବିଦ୍ୟାଳୟ ପରିଦରେଶନ କରି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କର ନେତ୍ର ଚିକିତ୍ସାଳୟରେ ଚକ୍ଷୁ ପରୀକ୍ଷା ବା ଦୃଷ୍ଟି ଶକ୍ତି ଆକଳନ ପରୀକ୍ଷା କରାଯାଇଥିଲା । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ପାଠ ପଢା ପାଇଁ ବ୍ରେଲ ଶିକ୍ଷା ତଥା ଆଇ.ସି.ଟି. (ପ୍ରଯୁକ୍ତ ବିଦ୍ୟା) ଉପକରଣ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାକୁ ଭିତ୍ତି କରି ସାଇଟସେବର୍ସ ଆନ୍ତର୍ଜାତୀୟ ସମାଜସେବୀ ସଂସ୍ଥା ତରଫରୁ ୧୧ ଜଣ ଶିକ୍ଷାର୍ଥୀଙ୍କୁ ଲାପଟପ୍, ୧୫ ଜଣ ଶିକ୍ଷାର୍ଥୀଙ୍କୁ ସ୍ମାର୍ଟ ଫୋନ୍ ଏବଂ ୧୪ ଜଣ ଶିକ୍ଷାନୁର୍ଥୀଙ୍କୁ ଡେଜି ପ୍ୟାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାଶ, ଅର୍ଥ ପରାମର୍ଶଦାତା ମଧୁସୁଦନ ପରିଡା, ସମଗ୍ର ଶିକ୍ଷା, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ତପନ କୁମାର ସାହୁ ସମଗ୍ର ଶିକ୍ଷା ତରଫରୁ ମିଳୁଥିବା ସୁବିଧା ଓ ସୁଯୋଗ ବିଷୟରେ ଅବଗତ କରାଇଥିଲେ । ସାଇଟସେଭର୍ସ ତରଫରୁ ସନ୍ତୋଷ କୁମାର ବେହେରା ସାଇଟସେଭର୍ସ ସମ୍ପର୍କରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ । ସାଇଟ ସେଭର୍ସ ସାଧନ କର୍ମୀ ବିଜୟ ଲକ୍ଷ୍ମୀ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସ୍ଥିତ ଅତିଥି ଗଣ ଶିକ୍ଷାର୍ଥୀଙ୍କୁ ପ୍ରଯୁକ୍ତି ବିଦ୍ୟା ସହାୟକ ଉପକରଣ ବଣ୍ଟନ କରିଥିଲେ । ଉକ୍ତ ପ୍ରଯୁକ୍ତି ବିଦ୍ୟା ସହାୟକ ଉପକରଣ ପାଇ ଦୃଷ୍ଟି ବାଧିତ ଶିକ୍ଷାର୍ଥୀ ମାନେ ପ୍ରଫୁଲ୍ଲିତ ହେବା ସହ ଏହି ସବୁ ଉପକରଣକୁ ବ୍ୟବହାର କରି ପାଠପଢା ସହ ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟରେ ଆସିବ ବୋଲି ନିଜ ନିଜର ମତ ଦେବା ସହ ସାଇଟ ସେଭର୍ସ ସଂସ୍ଥାକୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସାଇଟ ସେଭର୍ସ ସଂସ୍ଥା ତରଫରୁ ମାଗଣାରେ ଉପଲବ୍ଧ କରାଯାଇଥିବା ଉପରୋକ୍ତ ପ୍ରଯୁକ୍ତି ବିଦ୍ୟା ସହାୟକ ଉପକରଣର ତାଲିମ୍ ଶିକ୍ଷାର୍ଥୀ ମାନଙ୍କ ଗୃହ ଓ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ପ୍ରଯୁକ୍ତି ବିଦ୍ୟା ସହାୟକ ଉପକରଣ ଉପରେ ତିନି ଦିନିଆ ତାଲିମ୍ ଶିବିର ତା. ୦୩.୦୩.୨୦୨୩ରିଖ ରୁ ତା.୦୬.୦୩.୨୦୨୩ ରିଖ ପର୍ଯ୍ୟନ୍ତ ପବ୍ଲିକ ସ୍କୁଲରେ ଆୟୋଜିତ କରାଯିବ ।
ଶ୍ରୀ ବିରଞ୍ଚି ନାରାୟଣ ସାହୁ କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସାଇଟସେଭର୍ସର ଗୋଷ୍ଠୀ ସାଧନ କର୍ମୀ ପ୍ରଯୁକ୍ତି ବିଦ୍ୟା ସହାୟକ ଉପକରଣର ବ୍ୟବହାର ଉପରେ ଶିକ୍ଷାର୍ଥୀ ମାନଙ୍କୁ ଅଭ୍ୟାସ କରାଇବା ସହିତ କାର୍ଯ୍ଯକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.