ଛତ୍ରପୁର ଓକିଲ ସଂଘର ନିର୍ବାଚନ ନିମନ୍ତେ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ…

ପ୍ରଥମ ଦିନରେ ୫ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ..

ଛତ୍ରପୁର : ଛତ୍ରପୁର ଓକିଲ ସଂଘର ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ । ବିଭିନ୍ନ ପଦ ପଦବୀ ନିମନ୍ତେ ଶନିବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ମାର୍ଚ୍ଚ ୪ ତାରିଖ ତଥା ପ୍ରଥମ ଦିନରେ ସଂଘର ସଭାପତି ନିମନ୍ତେ ପ୍ରଦୀପ କୁମାର ପାଢୀ, ସମ୍ପାଦକ ନିମନ୍ତେ ଏଲ. ଗୋପାଳ ରାଓ ଓ ସୁରେଶ କୁମାର ପଟ୍ଟନାୟଜ ଏବଂ ଯୁଗ୍ମ ସମ୍ପାଦକ ନିମନ୍ତେ ସମୀର କୁମାର ପାଣିଗ୍ରାହୀ ଓ ଟି. ମୋହନ ରାଓ ନିଜ ନିଜ ନାମାଙ୍କନ ପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ସି. ଏଚ୍‌. ସୂର୍ଯ୍ୟ ନାରାୟଣ ରେଡ୍ଡୂୀଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ ରେ ନାମାଙ୍କନ ପତ୍ର ଯାଂଚ, ମାର୍ଚ୍ଚ ୧୨ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ଏବଂ ମାର୍ଚ୍ଚ ୧୩ ତାରିଖ ଦିନ ଚୁଡାନ୍ତ ପ୍ରାର୍ଥୀ ମାନଙ୍କ ତାଲିକା ପ୍ରକାଶ ପାଇବ । ଛତ୍ରପୁର ଓକିଲ ସଂଘର ୧୮୦ ଜଣ ସକ୍ରିୟ ସଦସ୍ୟ ରହିଥିବା ଜଣାପଡିଛି । ସହ ଯୋଗୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର କୁମାର ମିଶ୍ର ଦାୟିତ୍ୱ ତୁଲାଇଛନ୍ତି ।

nis-ad
Leave A Reply

Your email address will not be published.