ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଯୁବକ…

ଭୁବନେଶ୍ୱର: ନିଶା ଶକ୍ତ ଅବସ୍ଥାରେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଶ୍ରୀନିବାସ ଓଝା । ତାଙ୍କ ଘର ଡମାଣା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବିଡିଏ ଅନ୍ତର୍ଗତ ଓରଟେଲ ଅଫିସ ନିକଟରେ ଥିବା “ମା ହୋଟେଲ” ରେ ଦୀର୍ଘ ୨୦ବର୍ଷ ହେବ ରୋଷେଇଆ ଭାବେ କାର୍ଯ୍ୟ କରିଆସୁଛନ୍ତି । ଘଟଣା ଦିନ ଶ୍ରୀନିବାସ ନିଶାଶକ୍ତ ଅବସ୍ଥାରେ ସମ୍ପୃକ୍ତ ହୋଟେଲ ସମୁଖକୁ ଆସି ସାଧାରଣ ଲୋକଙ୍କୁ ଲକ୍ଷ କରି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ପରେ ହୋଟେଲ ଭିତରେ ପଶି ମଧ୍ୟାହ୍ନ ଭୋଜନ କରୁଥିବା ଗ୍ରାହକ ମାନଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଜଣେ ଗ୍ରାହକଙ୍କ ଥାଳି ନେଇ ବାହାରେ ଫୋପାଡି ଦେଇଥିଲେ ଏବଂ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ।

ଏହାଦେଖି ଅଭିଯୋଗକାରୀ ତାଙ୍କୁ ଏଥିରୁ ନିବୃତ କରିବାକୁ ଚେଷ୍ଟା କରିବାରୁ, ଶ୍ରୀନିବାସ ହଠାତ ରାଗିଯାଇ ଅଭିଯୋଗକାରୀଙ୍କ ବେକକୁ ଖୁବଜୋରରେ ଚିପି ଧରି ଜୀବନରୁ ମାରିଦେବାଲାଗି ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗ୍ରାହକମାନେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିବା ସହିତ ପିସିଆରକୁ ସୂଚନା ଦେଇଥିଲେ । ସୂଚନା ପାଇ ସମ୍ପୃକ୍ତ ଥାନାର ପିସିଆର ଘାଟଣା ସ୍ଥଳରେ ପହଞ୍ଚିବା ସହିତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ମୈତ୍ରୀବିହାର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁକରିବା ସହିତ ଶ୍ରୀନିବାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

nis-ad
Leave A Reply

Your email address will not be published.