ଫୁଲବାଣୀ ନଗରର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ବିଜୟା ଦଶମୀ ଉତ୍ସବ ପାଳିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗରର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଦ୍ୱାରା ସ୍ଥାନୀୟ ରାମ ମନ୍ଦିର ପଡିଆରେ ପବିତ୍ର ବିଜୟା ଦଶମୀ ଉତ୍ସବ ପାଳିତ ହୋଇ ଯାଇଛି l ଏହି ଗୌରବମୟ ଉତ୍ସବରେ କନ୍ଧମାଳ ଜିଲ୍ଲାର ସଙ୍ଘ ଚାଳକ ରମେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତରେ ଅନୁଷ୍ଠିତ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଯୋଗଦେଇ ଦେଶର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମେ ସମସ୍ତେ ତନ ମନ ଦେଇ କାର୍ଯ୍ୟକରିବା ଉଚିତ ବୋଲି ଆଗ୍ରହ ରଖିଥିଲେ l ମୁଖ୍ୟବକ୍ତା ଭାବେ ଜିଲ୍ଲା ସହ କାର୍ଯ୍ୟବାହ ନିରଞ୍ଜନ ମିଶ୍ର ଯୋଗଦେଇ ବିଜୟା ଦଶମୀର ମହତ୍ତ୍ୱ ବିଷୟରେ ଅବଗତ କରାଇଥିଲେ l ଆମ ସନାତନୀ ସଂସ୍କୃତିରେ ଶାକ୍ତ ପରମ୍ପରା କେତେ ପ୍ରାଚୀନ ଓ ମହନୀୟ ଶାସ୍ତ୍ର, ପୁରାଣ ଆଧାରରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ l ନଗର ସଙ୍ଘ ଚାଳକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ ମଂଚାସୀନ ଥିଲା ବେଳେ ମୁଖ୍ୟ ଶାରୀରିକ ପ୍ରମୁଖ କୁନୁ ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପ୍ରାରମ୍ଭରେ ଉପସ୍ଥିତ ସ୍ୱୟଂ ସେବକଙ୍କ ଦ୍ୱାରା ଦଣ୍ଡ, ନିୟୁଧ, ଘୋଷ, ଆସନ ପ୍ରଭୃତି ଶାରୀରିକ ପ୍ରଦର୍ଶନୀ କରାଯାଇଥିଲା l ପ୍ରାର୍ଥନା ପ୍ରମୁଖ ମାନସ ରଞ୍ଜନ ପଣ୍ଡା, ନଗର କାର୍ଯ୍ୟବହ ଶେଷଦେବ ସାହୁ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟା ରାଜେନ୍ଦ୍ର କୁମାର ପାଢ଼ୀ, ସମ୍ପାଦକ ଟି. ଶିବ ଶଙ୍କର ପାତ୍ର, ମୁକ୍ତିକାନ୍ତ ମହାନ୍ତି, ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି, ସଞ୍ଜୀତ ପାତ୍ର, ବିରେନ୍ଦ୍ର ସୁବୁଦ୍ଧି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସରୋଜ ଭାଇଙ୍କ ସହ ସମସ୍ତ ଗୁରୁଜୀ ଗୁରୁମା ଓ ନଗରର ସ୍ୱୟଂ ସେବକମାନେ ସହଯୋଗ କରିଥିଲେ l ୫୦୦ ରୁ ଉର୍ଦ୍ଧ୍ୱ ସ୍ୱୟଂ ସେବକ ଓ ଶୁଭେଛୁ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

nis-ad
Leave A Reply

Your email address will not be published.