ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ : ରାଜ୍ୟରେ ଦେଢ କୋଟିରୁ ଦୁଇକୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ – ପଦ୍ମନାଭ ବେହେରା

ଫୁଲବାଣୀ : ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନେତୃତ୍ୱରେ ଦଳ ପୁଣି ସକ୍ରିୟ ହେବାପାଇଁ ଅଣ୍ଟା ଭିଡି ଠିଆ ହେବାକୁ ପ୍ରୟାସ ଆରମ୍ଭ କରିଛି l ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ଆଜି ସଭ୍ୟ ସଂଗ୍ରହ ଅଭିଯାନ ଭିଡିଓ କନଫରେନସି ମାଧ୍ୟମରେ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମେ ସଦସ୍ୟତା ଗ୍ରହଣ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ l ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ୍ୟ ପୂର୍ବତନ ମନ୍ତୀ ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ କନ୍ଧମାଳ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି l

କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ଦୀର୍ଘଦିନ ଶାସନରେ ଥିଲେ ମଧ୍ୟ ଜିଲ୍ଲାର ବିଜୁ ଜନତା ଦଳର ନେତା କର୍ମି ମାନେ ସୁପ୍ତ ଅବସ୍ଥାରେ ରହି ଆସୁଥିଲେ l କାରଣ ନିର୍ବାଚିତ ହୋଇଥିବା ଦଳୀୟ ବିଧାୟକ, ସାଂସଦ ମାନେ କର୍ମି ନେତା ମାନଙ୍କ ପ୍ରତି ଅଣଦେଖା କରିଥିବା ଯୋଗୁଁ ସମସ୍ତ ଦଳୀୟ କର୍ମି ମହଲରେ ଏକ ନୈରାଶ୍ୟ ଭାବ ଜାଗ୍ରତ ହୋଇଥିଲା, କିନ୍ତୁ ପରିସ୍ଥିତି ଏମିତି ଥିଲା ଯେ କେହିବି ପ୍ରତିବାଦ କରୁ ନଥିଲେ ଓ ଯାହାଫଳରେ ଏହାର ପ୍ରଭାବ ଗତ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା ଓ ଦଳୀୟ କର୍ମି ମାନଙ୍କ ନିଷ୍କ୍ରିୟତା ଯୋଗୁଁ ଦଳକୁ ଜିଲ୍ଲାରେ ପରାଜିତ ହେବାକୁ ପଡିଥିଲା l କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସାତଟି ବିଧାୟକ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲିଗୁଡା ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀଙ୍କୁ ଛାଡିଦେଲେ ଆଉ ସବୁଠାରେ ପରାଜିତ ହୋଇଥିଲେ l

କନ୍ଧମାଳ ଜିଲ୍ଲାରେ ଦଳ ହାରିଯାଇଥିବା ଯୋଗୁଁ କର୍ମି ମହଲରେ ଏକ ପ୍ରକାର ନିରୁତ୍ସାହିତ ଭାବ ଦେଖିବାକୁ ମିଳିଥିଲା, ହେଲେ କନ୍ଧମାଳ ଜିଲ୍ଲାର ଲୋକପ୍ରିୟ ନେତା ପୂର୍ବତନ ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଆଗମନ ରେ ଦଳ ପୁଣି ଚଞ୍ଚଳ ହୋଇ ଉଠିଛି, କର୍ମି ନେତା ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ନୂତନ ଆଗ୍ରହ, ଉତ୍ସାହ, ଉଦ୍ଧିପନା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ପୂର୍ବତନ ବିଧାୟକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ବେହେରା, ପୂର୍ବତନ ବିଧାୟକ ଡୁଗୁନି କହଁର, ଜିଲ୍ଲାସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର, ବରିଷ୍ଠ ନେତା ଶ୍ରୀ କମଳା କାନ୍ତ ପାଣ୍ଡେ , ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ବରିଷ୍ଠ ଆଇନୀଜୀବୀ, ପ୍ରତାପ ପାତ୍ର,ଶିବ ପ୍ରସାଦ ତ୍ରିପାଠୀ,ପୁନମ କହଁର, ଫୁଲବାଣୀ ମୁନିସିପାଲିଟି ଅଧକ୍ଷା ଶ୍ରୀମତୀ ପାୟଲ ବେହେରା, ସମସ୍ତ ବ୍ଲକ ର ଦଳୀୟ ଚେୟାରମ୍ୟାନ, ଉପାଧକ୍ଷା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା , ସମସ୍ତ ବ୍ଲକ ସଭାପତି, ପଞ୍ଚାୟତ ସଭାପତି ତଥା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠି, ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଜୟଶ୍ରୀ କହଁର, ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ସତ୍ୟ ନାରାୟଣ ବେହେରା , ବରିଷ୍ଠ ସାମ୍ବାଦିକ ରାଧା ମୋହନ ମହାପାତ୍ର, ବିମଳ ପାଢୀ, କାଉନସିଲର ରାଜେନ୍ଦ୍ର ପାଢୀ, ପାର୍ଥ ବିଶ୍ଵାଳ, ବିକ୍ରମ ବେହେରା, ସମେତ ଦଳର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗଦାନ କରି ସଭ୍ୟ ସଂଗ୍ରହ ଅଭିଯାନରେ ନିଜକୁ ସକ୍ରିୟ ଭାବେ ସାମିଲ କରିବା ସହିତ ଫୁଲବାଣୀ ମୁନିସିପାଲିଟିରେ ହେବାକୁ ଥିବା ଅଧକ୍ଷା ଉପନିର୍ବାଚନରେ ଦଳକୁ ବିଜୟ କରି ଆଗାମୀ ତ୍ରିସ୍ତରୀୟ ପଂଚାୟତରାଜ ନିର୍ବାଚନରେ ଦଳକୁ ବିଜୟୀ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ l ବିଜେଡି ଶାସନ ସମୟରେ ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ଦେଖା ଦେଉଥିବା ମାଳ ମାଳ ଓକିଲ ଆଉ ଏବେ ଦେଖିବାକୁ ମିଳୁନି l ଶୁଣିବାକୁ ମିଳୁଛି ସେମାନେ କୁଆଡେ ଅନ୍ୟ ଦଳରେ ମିଶି ସଭ୍ଯ ପଦ ଗ୍ରହଣ କଲେଣି l ସେହି ଦଳର ସାମିଲ ହୋଇ ସରକାରୀ ଓକିଲ ପାଇଁ ଲବିରେ ଅଛନ୍ତି ବୋଲି ବିଜେଡି କର୍ମୀମାନେ କହୁଛନ୍ତି l

nis-ad
Leave A Reply

Your email address will not be published.