ଚାକରାଣୀଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ…

ବନେଶ୍ୱର: ଚାକରାଣିଙ୍କୁ ଏକ ପାଖିଆ ପ୍ରେମ କରି ବନ୍ଧା ହେଲେ ମାଲିକ । ସମ୍ପୃକ୍ତ ମାଲିକ ଜଣଙ୍କ ହେଲେ କାର୍ତ୍ତିକ ମୁଦୁଲି । ତାଙ୍କ ଘର ସୁନ୍ଦରପଦା, ବିଦ୍ୟୁତ ସବ୍ ଷ୍ଟେସନ ପାଖରେ । ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ହାଉସ ମେଡ ହୋଇଥିବା ବେଳେ କାର୍ତ୍ତିକ ମେକାନିକ ଅଟନ୍ତି । କାର୍ତ୍ତିକ ପୀଡିତାଙ୍କୁ ଏକପାଖିଆ ଭଲପାଇବା ସହିତ ତାଙ୍କର ନିକଟତର ହେବପାଇଁ ନିୟମିତ ଭାବେ ଚେଷ୍ଟା କରିଆସୁଥିଲେ ।

ପୀଡ଼ିତା ଜଣକ ମନା କରିବାରୁ ଅଭିଯୁକ୍ତ ଜଣକ ଗତ କିଛିଦିନ ହେବ ଭିନ୍ନ ଭିନ୍ନ ସମୟରେ ତାଙ୍କର ପିଛା କରି ସର୍ବସାଧାରଣ ସ୍ଥାନରେ ତାଙ୍କୁ ହଇରାଣ ହରକତ କରୁଥିଲେ । ଘଟଣା ଦିନ ସନ୍ଧ୍ୟାରେ ପିଡୀତା ଜଣକ ଘରକୁ ଫେରୁଥିବା ସମୟରେ ନିମ୍ନୋକ୍ତ ଅଭଯୁକ୍ତ ତାଙ୍କୁ ରାସ୍ତାରେ ଅଟକାଇ ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ମାଡ଼ ମଧ୍ୟ ମାରିଥିଲେ । ଏହ ସମୟ ମଧ୍ୟରେ ଅଭିଯୁକ୍ତ ଜଣକ ପିଡ଼ିତା ପିନ୍ଧିଥିବା ସୁନା କାନଫୁଲକୁ ଜୋରଜବରଦସ୍ତ ନେଇଯାଇଥିଲେ ।

ନିକଟରେ ଥିବା ସାଧାରଣ ଲୋକ ଘଟଣା ସ୍ଥଳକୁ ଆସିଯିବାରୁ କାର୍ତ୍ତିକ ସେଠାରୁ ଫେରାର ହୋଇଯାଇଥିଲେ । ପୀଡିତାଙ୍କ ଅଭିଯୋଗ କ୍ରମେ ଏୟାରପୋର୍ଟ ଥାନା ପୁଲିସ ମାମଲା ରୁଜୁ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।

nis-ad
Leave A Reply

Your email address will not be published.